ମଦମୁକ୍ତ ହେବ ଓଡିଶା । ରାଜ୍ୟକୁ ନିଶାମୁକ୍ତ କରିବାକୁ ନିଆଯିବ ପଦକ୍ଷେପ । ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ସୂଚନା ।

1,268

କନକ ବ୍ୟୁରୋ: ପର୍ଯ୍ୟାୟକ୍ରମେ ମଦ ବନ୍ଦ ନେଇ ଅଣ୍ଟା ଭିଡ଼ିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର । କମିବ ନିଶା ବ୍ୟବହାର । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ନିଶା ଦ୍ୱାରା ସମାଜ କଳୁଷିତ ହେଉଛି । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ । ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ପର୍ଯ୍ୟାକ୍ରମେ ନିଆଯିବ ପଦକ୍ଷେପ ।

ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ସୂଚନା ନେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।