ରାଜ୍ୟ ଅତିଥି ଭବନ ପାଲଟିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ସକାଳୁ ସକାଳୁ ପ୍ରବଳ ଭିଡ । 

274

କନକ ବ୍ୟୁରୋ: ରାଜ୍ୟ ଅତିଥି ଭବନର ପ୍ରଥମ ମହଲା ହୋଇଛି ଅସ୍ଥାୟୀ ସିଏମଓ । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଅତିଥି ଭବନରେ ଲାଗୁଛି ଲମ୍ବା ଲାଇନ୍ । ସକାଳୁ ରାଜ୍ୟ ଅତିଥି ଭବନରେ ଶୁଭେଚ୍ଛୁଙ୍କ ଲମ୍ବା ଲାଇନ୍ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି । ସାଧାରଣ ଜନତା, ଦଳୀୟ ନେତା, କର୍ମକର୍ତା, ଅଫିସର, ବିଭିନ୍ନ ସଂଗଠନ, ସଂଘର ପ୍ରତିନିଧି ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ କଥା ହୋଇ ଫଟୋ ଉଠାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ପୂର୍ଣ୍ଣାଙ୍ଗ ହେବା ପର୍ଯ୍ୟନ୍ତ ରାଜ୍ୟ ଅତିଥି ଭବନରୁ ଅସ୍ଥାୟୀ ସିଏମଓ ଚାଲିବ ।