ଝଲସିବ ଶ୍ରୀକ୍ଷେତ୍ର : ବଦଳିବ ଶ୍ରୀକ୍ଷତ୍ରର ରୂପରେଖ,ମହାପ୍ରଭୁଙ୍କ ପାଇଁ ଆସୁଛି ମହାଯୋଜନା

536

କନକ ବ୍ୟୁରୋ : ବଦଳିବ ଶ୍ରୀକ୍ଷେତ୍ରର ଚିତ୍ର । ବିଶ୍ୱସ୍ତରୀୟ ଐତିହ୍ୟସ୍ତଳୀ ହେବ ପୁରୀ । ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ତଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଦି ରୋଡମ୍ୟାପ ସହ ଏକ ବଡ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଅଟକଳ କରିବାକୁ ଯୋଜନା କରିଛନ୍ତି ସରକାର । ଶ୍ରୀମନ୍ଦିରକୁ ବିଶ୍ୱ ପ୍ରସିଦ୍ଧ କରିବା ପାଇଁ ୨ ବର୍ଷିଆ ଟାର୍ଗେଟ୍ ରଖିଛନ୍ତି ସରକାର ।

ଏଥର ଝଲସିବ ଶ୍ରୀକ୍ଷେତ୍ର । ବିଶ୍ୱସ୍ତରୀୟ ଐତିହ୍ୟସ୍ତଳୀ ହେବ ପୁରୀ । ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ତଳୀ । ଭାବେ ଠିଆ ହେବ ଜଗନ୍ନାଥଧାମ । ଏନେଇ ଏକ ଦୀର୍ଘମିଆଧି ରୋଡ ମ୍ୟାପ ସହ ଏକ ବଡ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଅଟକଳ କରିବେ ସରକାର । ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବେ ସରକାର । ଏନେଇ ଖୁବଶ୍ରୀଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିପାରନ୍ତି ।

ପୁରୀ ପାଇଁ କ’ଣ ରହିଛି ଯୋଜନା?

-ବଡ଼ଦାଣ୍ଡରେ ଉଠା ଦେକାନୀ ଉଠାଇ ସେଠାରେ ହେବ ରାଜ୍ୟର ସବୁଠୁ ବଡ ମାର୍କେଟ କଂପ୍ଲେକ୍ସ

-ପୁରୀ ସମୁଦ୍ରକୂଳରେ ୩ ଏକର ଜମିରେ ହେବ ବହୁତଳ ବିଶିଷ୍ଟ ପାର୍କିଂ ଓ ମାର୍କେଟ କଂପ୍ଲେକ୍ସ

-ଶ୍ରମନ୍ଦିର ସମ୍ୁଖ ବଡ ଦାଣ୍ଡକୁ କୌଣସି ଯାନବାହନ ଯାତୟତ କରିବ ନାହିଁ

-ଯାନବାହନ ବଦଳରେ ବ୍ୟାଟେରି ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଏଁ ଯିବେ ଶ୍ରଦ୍ଧାଳୁ

-ଶ୍ରୀମନ୍ଦିର ଚତୁପାଶ୍ୱର୍କୁ ସବୁଜ ବଳୟରେ ଆଚ୍ଛାଦିତ କରାଯିବ

-ବିପଦ ସଂକୁୁଳ ଅବସ୍ଥାରେ ଥିବା ମଠ, ଘରକୁ ଭାଙ୍ଗି ଐତିହ୍ୟ ଛାପ ସହ ପୁନଃ ନିର୍ମାଣ କରାଯିବ

-ପୁରୀ ଶ୍ରୀମନ୍ଦିରରେ ଏକ ବିଶାଳ ଆକ୍ୱାରିୟମ ତିଆରି କରାଯିବ

– ପୁରୀ ଓ ଭୁବନେଶ୍ୱରର ରାଜପଥର ହେବ ପ୍ରଶସ୍ତିକରଣ

-ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ପ୍ରାୟ ୫ ହଜାର କୋଟି ଟଙ୍କା

ଶ୍ରୀମନ୍ଦିରର ବିକାଶ ସହିତ ବିଶ୍ୱ ପର୍ଯ୍ୟଟନସ୍ତଳୀ କରିବା ପାଇଁ ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ ଚାଲିଛି । ଏଥିପାଇଁ କିଛି ବରିଷ୍ଠ ଅଧୀକାରିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨ଜଣ ଅଭିଜ୍ଞ ଅଫିସର ସୁରେଶ ମହାପାତ୍ରଙ୍କୁ ଶ୍ରୀନ୍ଦିରର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ କ୍ରିଷନ କୁମାରଙ୍କୁ ଶ୍ରମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି ।