ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୪୪, ୨୪୫ ଛାତ୍ରଛାତ୍ରୀ : ଜିଲ୍ଲାୱାରୀ ତାଲିକା ଦେଲେ ରାଜ୍ୟ ସରକାର, ପ୍ରଥମରେ ରହିଛି ମୟୁରଭଞ୍ଜ ଜିଲ୍ଲା

117

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଚଳିତ ବର୍ଷ ସ୍କୁଲରେ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଘଟଣା । କେତେ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଏ ବିଷୟରେ ତଦନ୍ତ କରିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନୁପସ୍ଥିତ ଥିବା ପିଲାଙ୍କ ଜିଲ୍ଲାୱାରୀ ତାଲିକା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

ତାଲିକା ସବୁଠୁ ଉପରେ ରହିଛି ମୟୁରଭଞ୍ଜ ଜିଲ୍ଲା । ୪୪୬୨ ପିଲାଙ୍କ ଅନୁପସ୍ଥିତ ସହ ମୟୁରଭଞ୍ଜ ଉପରେ ଥିବା ବେଳେ ଦ୍ୱିତୀୟରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା । ଯେଉଁଠି ୩୨୭୩ ପିଲା ମାଟ୍ରିକ ପରୀକ୍ଷା ରେ ଅନୁପସ୍ଥିତ ରହିଥିଲେ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲିଖିତ ଉତ୍ତର ଦେଇଛନ୍ତି ।