ଏସିଆନ୍ ଗେମ୍ସରେ ପୁଣି ଦୂତିଙ୍କ ଚମତ୍କାର ଆରମ୍ଭ: ୨ ଶହ ମିଟର ସେମିଫାଇନାଲରେ ପହଂଚିଲେ ଓଡିଆ ଝିଅ ଦୂତି, ୨୩ ଦଶମିକ ୩୭ ସେକେଣ୍ଡ ସହ ଚତୁର୍ଥ ହିଟରେ ପ୍ରଥମ ସ୍ଥାନ

32

କନକ ବ୍ୟୁରୋ: ଏସିଆନ ଗେମ୍ସରେ ମହିଳା ୨୦୦ ମିଟର ଇଂଭେଟ ଆରମ୍ଭ ହୋଇଛି । ଓଡିଆ ଖେଳାଳି ଦୂତୀ ଚାନ୍ଦ ଚମକ୍ରାର ଆରମ୍ଭ କରିଚନ୍ତି । ଶହେ ମିଟରରେ ରୌପ୍ୟପଦକ ଜିତିଥିବା ଦୂତୀ ୨ ଶହ ମିଟର ସେମିଫାଇନାଲରେ ପହଂଚି ଆଉ ଏକ ପଦକ ଆଶା ବଳବତର ରଖିଛନ୍ତି ।

କ୍ୱାଲିଫାଇଙ୍ଗ ରାଉଣ୍ଡର ଚତୁର୍ଥ ହିଟରେ ରହିଥିବା ଦୂତୀ ଅନ୍ୟ ୭ ଜଣଙ୍କୁ ପଛରେ ପକାଇ ସେମିଫାଇନାଲରେ ପଂହଚିଛନ୍ତି । ୨ ଶହ ମିଟର ଦୂରତାକୁ ୨୩. ୩୭ ସେକେଣ୍ଡରେ ଅତିକ୍ରମ କରି ସେମିଫାଇନାଲ ଟିକେଟ ହାସଲ କରିଛନ୍ତି ଦୂତୀ ।