ଜିଓ ମାଲିକଙ୍କୁ କନ୍ଦାଇ ଦେଲେ ବିଗବି ! ଜାଣନ୍ତୁ ଏପରି କଣ କହିଲେ କି ଅମିତାଭ, ଯେ କାନ୍ଦି ପକାଇଲେ ଅମ୍ବାନୀ
ବଲିଉଡ ଜଗତରେ ବିଗ ବି ହେଉଛନ୍ତି ଜଣେ ପ୍ରଖ୍ୟାତ ଅଭିନେତା । ଯାହାଙ୍କୁ କେବଳ ବି-ଟାଉନ ନୁହେଁ ବରଂ ସାରା ବିଶ୍ୱ ମଧ୍ୟ ବହୁତ ସମ୍ମାନ କରେ । ଖାଲି ସେତିକି ନୁହେଁ ବିଗବିଙ୍କର ପ୍ରତିଟି କଥା ଖୁବ୍ ହୃଦୟସ୍ପର୍ଶୀ ଅଟେ । ମିଠା ମିଠା କଥା କହି ଲୋକଙ୍କ ହୃଦୟକୁ ଜିତିବାର କଳା ତାଙ୍କୁ ବେଶ ଜଣା । ଯାହାର ଏକ ସଦ୍ୟ ଉଦାହରଣ ଏବେ ସାମ୍ନାକୁ ଆସିଛି । ନିକଟରେ ଅନୁଷ୍ଠିତ ହୋଇଥିବା ତଥା ଟେଲିକମ ଜଗତରେ ଚାର୍ଚ୍ଚଲ୍ୟ ସୃଷ୍ଟି କରିଥିବା ରିଲାଏନ୍ସର ବାର୍ଷିକୀ ଉତ୍ସବରେ ସାମିଲ ହୋଇ ବିଗବି ଏହାକୁ ପ୍ରମାଣିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯେତେବେଳେ ଅମିତାଭ ଧୀରୁ ଭାଇ ଅମ୍ବାନୀଙ୍କ ମହାନ ହୃଦୟର କାହାଣୀ ଖୁଣାଇଲେ ସାମ୍ନାରେ ବସିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଆଖିରେ ଲୁହ ଆସି ଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଗବିଙ୍କ କହିବା ମୁତାବକ, ସେ ୯୦ ଦଶକରେ ଯେତେବେଳେ ଦେବାଳିଆ ହୋଇପଡିଥିଲେ, ସେତେବେଳେ ଧୀରୁ ଭାଇ ଅମ୍ବାନୀ ତାଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ । କିନ୍ତୁ ଅମିତାଭ ବିନମ୍ରତାର ସହିତ ତାଙ୍କ ପ୍ରସ୍ତାବକୁ ମନା କରି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ପାଖାପାଖି ୮୦ ହଜାର ଅଧିକାରୀ, କର୍ମଚାରୀ ଏବଂ ଅନ୍ୟ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ଧୀରୁଙ୍କ କହିବା ଅନୁସାରେ, ଲୋକଙ୍କ ଖୁସି ସହିତ ସେମାନଙ୍କୁ ନିଜର କଲେ ଭରଷା ବଢିଥାଏ । ସେଥିପାଇଁ ବୋଧହୁଏ ସେ ତାଙ୍କ କମ୍ପାନୀର ନାମ ରିଲାଏନ୍ସ ରଖିଛନ୍ତି ।
ବାସ୍ତବରେ ଅମିତାଭଙ୍କ ଏବିସିଏଲ କଂପାନୀ ମାନ୍ଦାରେ ଚାଲୁଥିଲା ଏବଂ ତାଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ ମଧ୍ୟ ଶୂନ୍ୟ ହୋଇ ଯାଇଥିଲା । ସେ ବିଭିନ୍ନ ସମସ୍ୟାରେ ଗତି କରୁଥିଲେ । କିନ୍ତୁ ଧୀରୁ ତାଙ୍କ ସାନପୁଅ ଅନିଲଙ୍କୁ ଅମିତାଭଙ୍କ ନିକଟକୁ ପଠାଇଥିଲେ ଏବଂ ସାହାର୍ଯ୍ୟର ହାତ ବଢାଇଥିଲେ । ଅମିତାଭଙ୍କ କହିବା ଅନୁସାରେ, ଧୀରୁ ପଠାଇଥିବା ଟଙ୍କାରେ ତାଙ୍କର ସମସ୍ତ ସମସ୍ୟା ସମାଧାନ ହୋଇ ଯାଇଥାନ୍ତା, କିନ୍ତୁ ସେ ତାଙ୍କର ଏହି ଉଦାରତାକୁ ସ୍ୱୀକାର କରି ନଥିଲେ । ଅବଶ୍ୟ ଧୀରେ ଧୀରେ ତାଙ୍କ ସମସ୍ୟା ଦୂର ହୋଇ ଯାଇଥିଲା । ସେ ଆଉ ମଧ୍ୟ କହିଲେ ଯେ, ଧୀରୁ ଲକ୍ଷ ଲକ୍ଷ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ, ରଣବୀର କପୁର ଏବଂ ସୋନୁ ନିଗମ ମଧ୍ୟ ଉପସ୍ଥିତ ଥିଲେ ।