ହ୍ୱାଟସଆପ ଆଣିଲା ବିଜନେସ୍ ଆପ ! ଜାଣନ୍ତୁ କଣ ମିଳିବ ସୁବିଧା

29

ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟସଆପ ଲଂଚ କରିଛି ବିଜନେସ୍ ଆପ୍ । ଯାହାକୁ ଆପଣ ଗୁଗଲ ପ୍ଲେଷ୍ଟୋରକୁ ଯାଇ ମାଗଣାରେ ଡାଉଲଲୋଡ କରିପାରିବେ ।  ତେବେ ହ୍ୱାଟସଆପର ଏହି ଆପ୍ ଜରିଆରେ ବ୍ୟବସାୟୀମାନେ  ନିଜର ଗ୍ରାହକମାନଙ୍କ ସହିତ ସଂଯୋଗ ତଥା ଯୋଗାଯୋଗ କରିପାରିବେ । ଏହି ଫିଚରଟିର ବିଶେଷତ୍ୱ ହେଲା ଏଥିରେ ଆକାଉଂଟ ଭେରିଫାଇଡ୍ ହେବ ଅର୍ଥାତ୍ ଆକାଉଂଟ ଆଗରେ ଗ୍ରୀନ ଟିକ୍ ହେବ । ଏଠାରେ ଆମେ କହି ରଖୁଛୁ କି, ଫେସବୁକ୍ ଏବଂ ଟୁଇଟରରେ ଭେରିଫାଇଡ୍ ଆକାଉଂଟ୍ ପାଇଁ ବ୍ଲୁ ରଙ୍ଗର ଟିକ୍ ମାର୍କ ବ୍ୟବହୃତ ହୋଇଥାଏ ।

ତେବେ ହ୍ୱାଟସଆପ ବିଜନେସ ଆପକୁ ବିଶେଷ କରି କ୍ଷୁଦ୍ର ବ୍ୟବସାୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ବାସ୍ତବିକ ହ୍ୱାଟସଆପ ଆପଠାରୁ ଅଲଗା, ବିଜନେସ –କେନ୍ଦ୍ରିତ ଏହି ଆପରେ ବ୍ୟବସାୟୀମାନେ ନିଜର ପ୍ରୋଫାଇଲ ତିଆରି କରିପାରିବେ । ଏବଂ ବ୍ୟବସାୟ ଜନିତ ସମସ୍ତ ସୂଚନା , ଇମେଲ କିମ୍ବା ଷ୍ଟୋର ଆଡ୍ରେସ୍ ଏବଂ  ୱେବାସାଇଟ ଭଳି ଡିଟେଲ୍ସ ଦେଇପାରିବେ । ଏଥିସହିତ ଏହି ସ୍ମାର୍ଟ ମେସେଜିଂ ଟୁଲ ମଧ୍ୟ ଦେଇଥାଏ । ଯାହାଦ୍ୱାରା ଦ୍ରୁତ ଗତିରେ କରାଯାଉଥିବା ପ୍ରଶ୍ନର ଜବାବ ସେହିଭଳି ଫଟାଫଟ୍ ଭାବରେ ଦିଆଯାଇପାରିବ । ଏହି ଆପରେ ନୂଆ ଗ୍ରାହକଙ୍କୁ ଗ୍ରିଟିଂ ମେସେଜ ପଠାଯାଇ ପାରିବ । ଏହାବ୍ୟତୀତ, ଆପ ହ୍ୱାଟସଆପ ୱେବ ସପୋର୍ଟ କରିଥାଏ ଯାହାଦ୍ୱାରା କଂପାନୀଗୁଡିକ ସିଧା ସଳଖ ଭାବରେ ଡେକ୍ସଟପରୁ ହିଁ ମେସେଜ ସେଣ୍ଡ ଏବଂ ରିସିଭ୍ କରିପାରିବେ ।

ହ୍ୱାଟସଆପ ବିଜନେସ ଆପ୍ ଫିଚର୍ସ

• ବିଜନେସରେ ଟେକ୍ସଟ ମେସେଜର ଅଟୋମେଟିକ୍ ରିପ୍ଲାଏ ମଧ୍ୟ କରାଯାଇପାରିବ ।

• ଏହି ଆପରେ ରିପ୍ଲାଏ ସିଡ୍ୟୁଲ କରାଯାଇପାରିବ ।

• ପଠାଯାଇଥିବା ଏବଂ ରିସିଭ କରାଯାଇଥାଏ ମେସେଜଗୁଡିକର ସଂଖ୍ୟା ମଧ୍ୟ ଦେଖିପାରିବେ ।

• ଆପରେ ରେଜିଷ୍ଟର କରିବା ସମୟରେ ଆପଣ ଆପଣଙ୍କର ବିଜନେସର ଶ୍ରେଣୀଗୁଡିକୁ ମଧ୍ୟ ଚୟନ କରିପାରିବେ ।

• ଇନଷ୍ଟଲ କରିବା ପରେ ରେଜିଷ୍ଟର କରିବା ସମୟରେ ଆପଣ ଏଥିରେ ଯାହାବି ନାଁ ସେଟ୍ କରିବେ ତାକୁ ଆଉ ବଦଳାଇ ଯାଇପାରିବ ନାହିଁ ।

ଯଦିଓ ‘ସ୍ମଲ୍ ଆଣ୍ଡ୍ ମିଡିୟମ ବିଜନେସ୍’ ଆପଟି କେବଳ ସେହିମାନେ ଇନଷ୍ଟଲ୍ କରିପାରିବେ ଯେଉଁମାନେ କି ବ୍ୟବସାୟ କରୁଛନ୍ତି । ୟୁଜର୍ସଙ୍କୁ ସାଧାରଣ ଭାବେ ହ୍ୱାଟସଆପରେ ମେସେଜ ମିଳିବ । ଏଥିରେ ‘ସ୍ମଲ୍ ଆଣ୍ଡ୍ ମିଡିୟମ ବିଜନେସ’ ଆପ୍ ଜରିଆରେ ୟୁଜର୍ସ ନିଜର ଆକାଉଂଟକୁ ଭେରିଫାଏ କରାଇ ପାରିବେ ।