ଅଚଳ ହୋଇପାରେ ଆପଣଙ୍କ ଆଧାର: ଆରମ୍ଭ ହେଲା ଭର୍ଚୁଆଲ ଆଇଡିର ଜମାନା,ଘରେ ବସି ମାତ୍ର ୩ଟି ଷ୍ଟେପରେ କରନ୍ତୁ ନିଜ ଆଧାରକୁ ଭିଆଇଡି

40

ଆଧାର କାର୍ଡରେ ଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରଖିବାକୁ ଆଧାର କର୍ତ୍ତୃପକ୍ଷଙ୍କ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ଯାହାକୁ ଜୁନ୍ ପହିଲା ତଥା ଗତକାଲିଠାରୁ ଲାଗୁ କରି ଦିଆଯାଇଛି। ଆଧାର କାର୍ଡ ପାଇଁ ଆପଣ ନିଜେ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିପାରିବେ । ତେଣୁ ଯେଉଁଠି ଆଧାର କାର୍ଡ ଦେବା ବାଧ୍ୟତାମୂଳକ ଥିବ ସେଠାରେ ଏହି ବିକଳ୍ପକୁ ବ୍ୟବହାର କରିପାରିବେ। ଅର୍ଥାତ ଆଧାର ନମ୍ବର ସ୍ଥାନରେ ଆପଣ ଏହି ଭର୍ଚୁଆଲ ଆଇଡି ନମ୍ବରକୁ ଆପଣ ଦେଇପାରିବେ । ଏଥିପାଇଁ ଆପଣଙ୍କୁ ୟୁନିକ ଆଇଡେଂଟିଫିକେସନ ଅଥୋରିଟି ଅଫ ଇଣ୍ଡିଆ ୱେବସାଇଟରୁ ଏହି ୧୬ ଟିକିଆ ଭର୍ଚୁଆଲ ଆଇଡି ନମ୍ବର ବାହାର କରିବାକୁ ପଡିବ ।

ଆପଣଙ୍କ ଟୋଲିଫୋନ କମ୍ପାନି ପରିଚୟପତ୍ର ଦାବି କଲେ ଆପଣ ଏହି ୧୬ ଡିଜିଟର ଭର୍ଚୁଆଲ ଆଇଡି ନମ୍ବର ଦେଇପାରିବେ । ଏବଂ ଏଥିରେ କେବଳ କମ୍ପାନି ଆବଶ୍ୟକ କରୁଥିବା ତଥ୍ୟ ହିଁ ପାଇପାରିବ । ଯେମିତିକି ଆପଣଙ୍କ ନାଁ, ଠିକଣା ଓ ଫଟୋଗ୍ରାଫି ଇତ୍ୟାଦି । ଏହାଛଡା ଆଧାରରେ ଥିବା ଆପଣଙ୍କ ଅନ୍ୟ ତଥ୍ୟଗୁଡିକ ଗୋପନୀୟ ରହିବ । ଆପଣ ଚାହିଁଲେ ବାରମ୍ବାର ଏହି ଭର୍ଚୁଆଲ ଆଇଡି ନମ୍ବରକୁ ଜେନେରେଟ କରିପାରିବେ ।

ଘରେ ବସି ନିଜର ଆଧାରକୁ କରନ୍ତୁ ଭର୍ଚୁଆଲ

• ସର୍ବ ପ୍ରଥମେ ଆପଣଙ୍କୁ ଆଧାରର ଅଫିସିଆଲ ୱେବସାଇଟ୍ ତଥା https://uidai.gov.in/କୁ ଯିବାକୁ ପଡିବ ।

• ଏହାପରେ ଏହାର ହୋମ ପେଜର ଠିକ୍ ତଳ ଭାଗରେ ଥିବା ଆଧାର ସର୍ଭିସ ଟ୍ୟାବ ଭିତରେ ଥିବା ଭିଆଇଡି ଜେନରେଟ ଅପସନ ଉପରେ କ୍ଲିକ୍ କରିବାକୁ ହେବ ।

• କ୍ଲିକ କରିବା ପରେ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର, କ୍ୟାପଚା କୋଡ ଫିଡିଂ କରିବାକୁ ହେବ ଏବଂ ଏହାପରେ ସେଣ୍ଡ ଓଟିପିରେ କ୍ଲିକ କରିବାକୁ ହେବ ।

• ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି କୋଡ ଆସିବ । ଯାହାକୁ ଆପଣଙ୍କୁ ଏଠାରେ ସବମିଟ କରିବାକୁ ହେବ ।

• ଏହାପରେ ଆପଣଙ୍କ ନିକଟରେ ଦୁଇ ପ୍ରକାରର ଅପସନ ନଜର ଆସିବ । ପ୍ରଥଟି ହେଲା ନୂଆ ଭିଆଇଡି ଜେନରେଟ କରିବା ପାଇଁ ଏବଂ ଅନ୍ୟଟି ହେଲା ପୂର୍ବରୁ ଜେନରେଟ ହୋଇଥିବା ଭିଆଇଡିକୁ ରିଟ୍ରାଇଭ କରିବା । ତେବେ ଆପଣ ଦୁଇଟି ଯାକ ମଧ୍ୟରୁ କୌଣସି ବି ଅପସନ ଉପରେ କ୍ଲିକ୍ କରିପାରିବେ । ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଭିଆଇଡି କୋଡ ଏସଏମଏସ ଜରିଆରେ ଚାଲିଆସିବ ।