ଖାଇବା ସମୟ କହି ଲୋକଙ୍କୁ ଅପେକ୍ଷା କରାଇପାରିବେନି କୌଣସି ବି ବ୍ୟାଙ୍କ କର୍ମଚାରୀ । ଜାଣନ୍ତୁ ବ୍ୟାଙ୍କରେ ଜଣେ ଗ୍ରାହକଙ୍କୁ ମିଳିଥାଏ କେଉଁ ସବୁ ଅଧିକାର

861

ସେ ଗରିବଟିଏ ହେଉ ଅବା ଧନୀ, ସଭିଏଁ ନିଜ ନିଜର ପୁଂଜିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କରେ ଜମା ରଖିଥାନ୍ତି । ଆଉ ବ୍ୟାଙ୍କ ମଧ୍ୟ ଅନୁରୂପ ଭାବେ ଲୋକଙ୍କର ଭରସାକୁ କେବେ ଭାଙ୍ଗିବାକୁ ଦେଇନଥାଏ । ଲୋକଙ୍କ ଅମାନତକୁ ହେପାଜତର ସହ ନିଜ ପାଖରେ ରଖିବା ସହ ଅସୁବିଧା ସମୟରେ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ କରିଥାଏ । ଏପରିକି କମ୍ ସୁଧରେ ବି ଅସୁବିଧାରେ ପଡିଥିବା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାଏ । ହେଲେ ଅନେକ ସମୟରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ପାଇଁ ସାଧାରଣ ଗ୍ରାହକଙ୍କୁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏପରିକି ବିନା କାରଣରେ ଲୋକଙ୍କୁ ମଧ୍ୟ ଘଂଟା ଘଂଟା ଧରି ଲମ୍ବା ଲାଇନରେ ଠିଆହେବାକୁ ପଡିଥାଏ । କିନ୍ତୁ ବ୍ୟାଙ୍କ କର୍ମଚାରୀମାନଙ୍କର ଏଭଳି କାର୍ଯ୍ୟ ଅବୈଧ ଅଟେ । କୌଣସି ବି କର୍ମଚାରୀ ବାହାନା ଦେଖାଇ ଲୋକଙ୍କୁ ଦୀର୍ଘ ସମୟ ଧରି ବ୍ୟାଙ୍କରେ ଅଟକାଇ ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ବ୍ୟାଙ୍କ ସହ ଜଡିତ ଏଭଳି ହିଁ କିଛି ନିୟମ କାନୁନ୍ ବିଷୟରେ ଅବଗତ କରାଇବୁ ଯାହାକି ଆପଣ ଜାଣିବା ନିହାତି ଦରକାର ।

ଲଂଚ ଟାଇମ୍ କହି କାମ ବନ୍ଦ କରିପାରିବେ ନାହିଁ

ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବିନା ଲଂଚ ବ୍ରେକରେ ସେବା ଯୋଗାଇ ଦେବା ପ୍ରତିଟି ବ୍ୟାଙ୍କର ପ୍ରଥମ କର୍ତ୍ତବ୍ୟ । ବ୍ୟାଙ୍କ ଅଧିକାରୀ ଜଣେ ଜଣେ କରି ଲଂଚ କରିପାରିବେ । ଏହି ସମୟରେ ନର୍ମାଲ ଟ୍ରାନଜାକସନ ଚାଲୁ ରହିବା ଦରକାର ।

-ଅଧିକାଂଶ ପବ୍ଲିକ ସେକ୍ଟରର ବ୍ୟାଙ୍କ ଗୁଡିକରେ ଲଂଚ ଟାଇମର ବୋର୍ଡ ଲଗାଇଦିଆଯାଇଥାଏ । ଲଂଚ ଆଳରେ ବ୍ୟାଙ୍କ ଅଧିକାରୀମାନେ ଗ୍ରାହକଙ୍କୁ ଘଂଟା ଘଂଟା ଧରି ଠିଆ କରିଦିଅନ୍ତି । ଯେବେକି ନିୟମ ମୁତାବକ, ଏଭଳି କରିପାରିବେ ନାହିଁ ।

-ଲଂଚ ବ୍ରେକରେ ବ୍ୟାଙ୍କ ବନ୍ଦ କରିପାରିବେ ନାହିଁ ଏବଂ ଗ୍ରାହକଙ୍କୁ ବାହାରେ ଅପେକ୍ଷା କରିବାକୁ କହିପାରିବେ ନାହିଁ ।

-କାଉଂଟରରେ କଷ୍ଟମରଙ୍କୁ ଆଟେଣ୍ଡ କରିବା ପାଇଁ ସବୁବେଳେ କେହି ନା କେହି କର୍ମଚାରୀ ରହିବା ଦରକାର ।

-୧୧୧ କିମ୍ବା ୨୨୨୨ ଭଳି କୌଣସି ଡିନୋମିନେସନରେ ଡିପୋଜିଟ ନେବାକୁ କୌଣସି ବି ବ୍ୟାଙ୍କ ମନା କରିପାରିବେ ନାହିଁ । ଡିପୋଜିଟ ନେବା ପାଇଁ ଏଭଳି ପ୍ରକାରର କୌଣସି ବି ଗାଇଡଲାଇନ ନାହିଁ ।

ଗ୍ରାହକଙ୍କୁ ବ୍ୟାଙ୍କ କି ଅଧିକାର ଦେଇଛି

-ଚେକ୍ କଲେକ୍ସନରେ ବିଳମ୍ବ ହେଲେ , ଗ୍ରାହକଙ୍କୁ ବ୍ୟାଙ୍କରୁ କ୍ଷତିପୂରଣ ପାଇବାର ଅଧିକାର ରହିଛି ।

-କଷ୍ଟମରଙ୍କର ଆକାଉଂଟ ସହ ଜଡିତ ଥିବା ଅନଅଥରାଇଜଟ ଟ୍ରାନଜାକସନ ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଦାୟୀ କରିପାରିବ ନାହିଁ ।

-କେବଳ ସ୍ଥାୟୀ ଠିକଣା ନଥିବା କାରଣରୁ କୌଣସି ବି ବ୍ୟାଙ୍କ ଆପଣଙ୍କର ଆକାଉଂଟ ଖୋଲିବାକୁ ମନା କରିପାରିବେ ନାହିଁ ।

-ଗ୍ରାହକମାନଙ୍କର ବ୍ୟକ୍ତିଗତ ସୂଚନାକୁ ଗୋପନୀୟ ରଖିବା ବ୍ୟାଙ୍କର ପ୍ରାଥମିକ ଦାୟିତ୍ୱ । ବ୍ୟାଙ୍କ ଏହାକୁ କାହା ସହ ବି ସେୟାର କରିପାରିବେ ନାହିଁ ।

-ଜାତି, ଧର୍ମ, ଲିଙ୍ଗ ଆଧାରରେ ବ୍ୟାଙ୍କ କୌଣସି ବ୍ୟକ୍ତିଙ୍କ ସହ ଭେଦଭାବ କରିପାରିବ ନାହିଁ ।

-କୌଣସି ବି ବ୍ୟକ୍ତି ଏନଇଏଫଟି ଜରିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ  ରକମ ଟ୍ରାନ୍ସଫର କରିପାରିବେ ।