ରେଳ କର୍ମଚାରୀଙ୍କୁ ଝଟକା ! ଏଣିକି ଭିଆରଏସ ନେଇଥିବା କର୍ମଚାରୀଙ୍କ ପିଲାମାନଙ୍କୁ ଦିଆଯିବନି ନିଯୁକ୍ତି ଦେଶ ବିଦେଶସ୍ପେଶାଲ୍ ରିପୋର୍ଟ By smruti sangita giri On Dec 12, 2017 - 2:49 PM Last updated Dec 12, 2017 - 2:51 PM Source:indianexpress.com 24 Share ରେଳ ମନ୍ତ୍ରାଳୟ ୨୦୦୪ରେ ଆରମ୍ଭ କରିଥିବା ଭିଆରଏସ ସ୍କିମ ଉପରେ ଏବେ ଅଙ୍କୁଶ ଲାଗିଛି । ଏହି ସ୍କିମ ଜରିଆରେ ଭିଆରଏସ ନେଇଥିବା କର୍ମଚାରୀମାନଙ୍କର ପିଲାଙ୍କୁ ଚାକିରି ମିଳିଥାଏ । ଯାହା ଉପରେ ବର୍ତ୍ତମାନ ରୋକ୍ ଲଗାଯାଇଛି । ତେବେ ଭିଆରଏସ ସମ୍ବିଧାନିକ ରୂପରେ ସଠିକ୍ କି ନୁହେଁ , ସେନେଇ ସୁପ୍ରିମକୋର୍ଟ ବିଚାର କରିବେ ବୋଲି ସ୍ପଷ୍ଟ କରାଯାଇଛି । Kanak News is now on WhatsApp Join and get latest news updates delivered to you via WhatsApp Join Now ରେଳମନ୍ତ୍ରାଳୟ ଏକ ନିଦ୍ଦେଶ ପାଳନ କରିବାକୁ ଯାଇ ଏହି ସ୍କିମକୁ ଗତ ମାସରୁ ବନ୍ଦ କରିଛି । ରେଲୱେର ସମସ୍ତ କ୍ଷେତ୍ରକୁ ପଠାଯାଇଥିବା ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି କି,ଯେପର୍ଯ୍ୟନ୍ତ ଭିଆରଏସକୁ ନେଇ ଅନ୍ୟ ଏକ ବିକଳ୍ପ କିମ୍ବା ନିର୍ଦ୍ଦେଶ ନଆସିଛି ସେ ପର୍ଯ୍ୟନ୍ତ LARSGESSକୁ ରୋକାଯାଉ । ତେବେ ଭିଆରଏସ ଉପରେ ଆଧାରିତ ଏକ ମାମଲାର ଶୁଣାଣି କରିବା ସମୟରେ ପଂଜାବ ଏବଂ ହରିଆଣା କୋର୍ଟ ଗତ ଜୁଲାଇ ମାସରେ କହିଛି ଯେ, ଏହାଦ୍ୱାରା ସଂବିଧାନର ସରକାରୀ ଚାକିରିଗୁଡିକର ସମାନ ଅବସର ନିଷ୍ପତି ବା The principle of equal opportunitiesର ଉଲ୍ଲଘଂନ କରାଯାଉଛି । କୋର୍ଟ କହିିଛି କି, ଏପ୍ରକାରର ପଲିସି କାରଣରୁ ସଂବିଧାନର ଅନୁଚ୍ଛେଦ ୧୪ ଏବଂ ୧୬ର ଉଲ୍ଲଘଂନ ହେଉଛି । ଏହି ମାମଲାରେ କୋର୍ଟ ରେଲୱେକୁ ସାର୍ବଜନୀକ ରୋଜଗାରରେ ଏହି ନୀତିକୁ ଧ୍ୟାନରେ ରଖି ଆଲୋଚନା କରିବାକୁ ପରାମର୍ଶ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, LARSGESS ରେଳବିଭାଗରେ ସୁରକ୍ଷା କ୍ଷେତ୍ରରେ ଯଥା ଡ୍ରାଇଭର୍ସ ଏବଂ ଗନମ୍ୟାନର ଚାକିରି କରୁଛନ୍ତି । ଏହି ଚାକିରିରେ ହଟାକଟା ତଥା ସଂପୂର୍ଣ୍ଣ ସୁସ୍ଥ ରହିବା ଆବଶ୍ୟକ । ହେଲେ ଏକ ନିର୍ଦ୍ଧାରିତ ବୟସ ପରେ ଶାରୀରିକ କ୍ଷମତା ଦୁର୍ବଳ ହୋଇପଡିଥାଏ ତେଣୁ ଏଭଳି ପରିସ୍ଥିତିରେ ଯଦି କର୍ମଚାରୀମାନେ ଭିଆରଏସ ନିଅନ୍ତି ତେବେ ସେମାନଙ୍କ ପିଲାଙ୍କୁ ଚାକିରି ସେମାନଙ୍କ ସ୍ଥାନରେ ଦିଆଯାଇଥାଏ । ତେବେ ଲିବରଲାଇଜଡ୍ ଆକ୍ଟିଭ ରିଟାୟରମେଂଟ ସ୍କିମ ଫର ଗ୍ୟାରେଂଟି ଫର ସେଫ୍ଟି ଷ୍ଟାଫ(LARSGESS)ର ଆରମ୍ଭ ୨୦୦୪ରୁ ହୋଇଥିଲା, ସେ ସମୟରେ ନିତିଶ କୁମାର ରେଳମନ୍ତ୍ରୀ ଥିଲେ ଆଉ ଏହି ସମୟରେ ପାଖାପାଖି ୨୦,୦୦୦ ଲୋକଙ୍କୁ ଉକ୍ତ ସ୍କିମ ଆଧାରରେ ଚାକିରି ମିଳିସାରିଛି । 24 Share FacebookTwitterGoogle+WhatsAppTelegramEmailPrint