ପାଣି ଟ୍ୟାଙ୍କର ଚାଳକଙ୍କ କମାଲ : ଜିତିଲେ ମିଷ୍ଟର ଏସିଆ ୨୦୧୬ ଟାଇଟଲ

24

4ସଫଳତା କେତେବେଳେ କାହା ପଛରେ ଫୁଲ ଭଳି ମହକ ବୁଣି ଦେଇଥାଏ । ତା କହି ହୋଇନଥାଏ । ନିଜର ଦୃଢ ଇଚ୍ଛା ଓ ମନୋବଳରେ ସବୁ ଯେ ସମ୍ଭବ ହୋଇଥାଏ , ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଏହାର ଏକ ଉଦାହରଣ ହେଲେ ଜି. ବାଳକୃଷ୍ଣ । ବାଙ୍ଗାଲୁରର ଜଣେ ପାଣି ଟ୍ୟାଙ୍କରର ଚାଳକ । ଜିତିଛନ୍ତି ମିଷ୍ଟର ଏସିଆ ୨୦୧୬ର ଟାଇଟଲ ।

5୨୫ ବର୍ଷିୟ ଏହି ବାଳକୃଷ୍ଣ , ଫିଲିପାଇନ୍ସରେ ୫ତମ ଫିଲ-ଏସିଆ ବଡି ବିଲଡିଂ ଚମ୍ପିଅନଶିପରେ ଜିତିଛନ୍ତି ଦୁଇଟି ବିଶେଷ ବଡି ବିଲଡିଂ ଟାଇଟଲ – ମିଃ ଏସିଆ ୨୦୧୬ଅର୍ଣ୍ଣାଲ୍ଡ ସ୍ୱାର୍ଜନେଗର । ଜି . ବାଳକୃଷ୍ଣ କଣେ ଜିମ୍ ଇନଷ୍ଟ୍ରକ୍ଟର । ରୁହନ୍ତି ବାର୍ଥୁର ନିକଟ ରାମାଗୋଣ୍ଡାନାହାଲିରେ । ନିଜର ଅକ୍ଲାନ୍ତ ପରିଶ୍ରମ ଓ ମନୋବଳରେ ପାଇଛନ୍ତି ଏହି ଟାଇଟଲ । ମିଷ୍ଟର ଏସିଆକୁ ବାଳକୃଷ୍ଣଙ୍କ ଯାତ୍ରା ଥିଲା ଖୁବ କଷ୍ଟପୂର୍ଣ୍ଣ । ନିଜର ପ୍ରସ୍ତୁତି ପର୍ବ ପରେ ଅର୍ଥ ସାଜିଥିଲା ବାଧକ । ହେଲେ ସ୍ଥାନୀୟ ଲୋକଙ୍କ ମିଳିତ ଆର୍ଥିକ ସାହାଯ୍ୟ ବାଳକୃଷ୍ଣଙ୍କ ମନକୁ ଆହୁରି ଦୃଢ କରିଦେଇଥିଲା ।

6ନିଜର ଏହି ସଫଳତାର ଶ୍ରେୟ ବାଳକୃଷ୍ଣ ଦିଅନ୍ତି ନିଜର ମା’ ପର୍ବଥାମ୍ମା , ଭାଇ ରାଜେଶ ଓ ନିଜ ଅଂଚଳବାସୀଙ୍କୁ । ଏମାନଙ୍କର ସାହାଯ୍ୟ ଓ ପ୍ରେରଣାରେ ଏତେ ବାଟ ଆଗେଇ ପାରିଛନ୍ତି ଜି . ବାଳକୃଷ୍ଣ ବୋଲି ହିନ୍ଦୁ ନ୍ୟୁଜକୁ କହିଛନ୍ତି ।

ନିଜର ସଫଳତା ବିଷୟରେ କହିବାକୁ ଯାଇ ବାଳକୃଷ୍ଣ କହିଛନ୍ତି ସେ ଦିନକୁ ପାଖାପାଖି ୬ ଘଂଟା ଲେଖାଏଁ ଅଭ୍ୟାସ କରିଥାନ୍ତି ଏବଂ ମୁମ୍ବାଇ ଓ ପଂଜାବର ନାମକରା ବଡି ବିଲଡରଙ୍କ ଦ୍ୱାରା ଅଭ୍ୟାସ ଜାରି ରଖିଥିଲେ ଏବଂ ନିଜର ଡାଏଟିଂରେ ଖୁବ୍ ସର୍ତକ ଥିଲେ ଏହି ଟୁର୍ଣ୍ଣାମେଂଟର ପ୍ରସ୍ତୁତ ପାଇଁ ।

ପୂର୍ବରୁ ମଧ୍ୟ ଜର୍ମାନୀରେ ୨୦୧୩ରେ ବାଳକୃଷ୍ଣ ମିଷ୍ଟର ୟୁନିର୍ଭସ ଅଣ୍ଡର-୨୪ ଜୁନିୟର କଂଟେଷ୍ଟ ଜିତିଥିଲେ ଓ ୨୦୧୪ରେ ଏଥେନ୍ସରେ ଏହି ଏକା କାଟାଗୋରିରେ ଜିତିଥିଲେ ମିଷ୍ଟର ୟୁନିର୍ଭସ ଟାଇଟଲ ।

ଦେଖନ୍ତୁ ଏହି ଭିଡିଓ –

ଏହା ସହ ଦେଖନ୍ତୁ-୮ ବର୍ଷ ଝିଅର କମାଲ : ଫରୱାର୍ଡ ରୋଲରେ ବିଶ୍ୱ ରେକର୍ଡ