ଟ୍ରାଫିକ ଜାମ୍ ଯୋଗୁଁ କୁକୁଡା ଗିରଫ : ଏମିତି ଏକ ଘଟଣା ଏବେ ଚର୍ଚ୍ଚାରେ

55

chicken-200x129ବ୍ରିଟେନର ଏକ ଅଜବ ଘଟଣା ଚର୍ଚ୍ଚାରେ । ଭିଡ ସମୟରେ ଏକ କୁକୁଡା ରାସ୍ତା ପାର କରିବାକୁ ଚେଷ୍ଟା କରିବା ଯୋଗୁଁ ଟ୍ରାଫିକ ଜାମ ହୋଇଯାଇଥିଲା ଏବଂ ଏଥିନେଇ କିଛି ଲୋକ ପୁଲିସରେ ଅଭିଯୋଗ କରିଥିଲେ । ଏଇ ଅଭିଯୋଗ ଆଧାରରେ ଡୁଣ୍ଡିର ପୂର୍ବ ମାର୍କେଟ ଗେଟର ପୁଲିସ କୁକୁଡାଟିକୁ ଗିରଫ କରିଥିବା ଜଣାପଡିଛି । ଅବିଶ୍ୱାସ ମନେ ହେଉଥିଲେ ବି କଥାଟି ସତ ।

ପୁଲିସ ପ୍ରଥମେ କୁକୁଡାର ମାଲିକକୁ ଖୋଜିବାକୁ ଚେଷ୍ଟା କରିଥିଲା , କିନ୍ତୁ ମାଲିକର କୈାଣସି ପତ୍ତା ନମିଳିବାରୁ ପୁଲିସ କୁକୁଡାକୁ ଗିରଫ କରିଛି । କୁକୁଡାର ଗିରଫ ପରେ ପୁଲିସ ସ୍କଟଲାଂଡରେ ପଶୁପକ୍ଷୀଙ୍କ ପାଇଁ କାମ କରୁଥିବା ଏସଏସପିସିଏ ସଂସ୍ଥା ସହିତ ଯୋଗାଯୋଗ କରଥିଲା ଏବଂ ପରେ ପରେ କୁକୁଡାଟିକୁ ପୁଲିସ ଛାଡି ଦେଇଥିଲା ବୋଲି ଜଣାପଡିଛି ।

ମାଲିକର ପତ୍ତା ମିଳିବା ପାଇଁ ଟେସାଇଡ ପୁଲିସ ଫେସବୁକରେ ଏକ ଅପିଲ ପୋଷ୍ଟ କରିଛି । ଫେସବୁକ ପୋଷ୍ଟ ପରେ ୧୦୦୦ ରୁ ଅଧିକ ଲୋକ ଏଇ ଘଟଣାକୁ ଶେୟାର କରିବା ସହ ବହୁତ ଲୋକ ଏଇ ଘଟଣା ଉପରେ କମେଂଟ କରିଥିବା ଜଣାପଡିଛି ।