ପେଟରୁ ବାହାରିଲା ୬ଫୁଟ ଲମ୍ବର ଫିତା କୃମି! ପେଟ ଯନ୍ତ୍ରଣାରେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏହି ବ୍ୟକ୍ତି

117

ଦିଲ୍ଲୀର ଏକ ଡାକ୍ତରଖାନାରେ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ୪୮ ବର୍ଷିୟ ଜଣେ ବ୍ୟକ୍ତିଙ୍କ ଶରୀରରୁ ବାହାରିଛି ୬ଫୁଟ ଲମ୍ବର ଫିତାକୃମି । ଯାହା ଡାକ୍ତରଙ୍କୁ ତାଜୁବ କରିଛି । ଜଣେ ବ୍ୟକ୍ତିର ଶରୀରରେ ଏତେ ଲମ୍ବର ଫିତା କୃମି ଥିବା ନେଇ ଏବେ ଚର୍ଚ୍ଚା ।

ସୂଚନା ଅନୁସାରେ ପେଟ ଯନ୍ତ୍ରଣାର ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏହି ବ୍ୟକ୍ତି ଜଣକ । ହେଲେ ଡାକ୍ତର ପରୀକ୍ଷା କରି ଦେଖିଲେ ଏହି ବ୍ୟକ୍ତି ଅନ୍ତଃନଳୀରେ ଫିତା କୃମି ରହିଛି । ପ୍ରଥମେ ଯେତେବେଳେ ଡାକ୍ତରମାନେ ପରୀକ୍ଷା କଲେ କିଛି ଜଣା ପଡିନଥିଲା । ମୁହଁରେ କ୍ୟାମେରା ପୁରାଇ ପରୀକ୍ଷା କରିବା ଦ୍ୱାରା ଏହା ଜଣାପଡିଥିଲା ଯେ ଏହି ବ୍ୟକ୍ତିଙ୍କ ଅନ୍ତଃନଳୀରେ ଏକ ଲମ୍ବା କୃମି ରହିଛି । ଏହା ପରେ ଅପରେସନ କରାଗଲା । ୧ଘଣ୍ଟାର ଅପରେସନ ପରେ ଡାକ୍ତରମାନେ ପାଟିଦେଇ ଏହି ଲମ୍ବା କୃମିକୁ ବାହାର କରିଥିଲେ ।

ଡାକ୍ତରଙ୍କ କହିବାନୁସାରେ ଅନ୍ତଃନଳୀରେ ଏତେ ବଡ ଫିତାକୃମି ଥିବାର ଏମିତି ଘଟଣା ତାଙ୍କ ଜୀବନରେ ସେ ପ୍ରଥମ ଦେଖିଲେ । ଆଉ ମଧ୍ୟ ସୂଚନା ଦେଇଛନ୍ତି ଦୂଷିତ ଜଳ ଜଳ ସେବାନ କଲେ ଓ ଅଧା ସିଝା ଖାଦ୍ୟ ଖାଉଥିଲେ । ଏହା ମାଧ୍ୟମରେ ଏହି କୃମି ମଣିଷ ଶରୀରରେ ପ୍ରବେଶ କରିଥାଏ ।

ଏହାସହ ଦେଖନ୍ତୁ ଏହି ଭିଡିଓ –