ଜୁଲାଇ ୩୧ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ ପରୀକ୍ଷା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁଲାଇ ୩୧ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ଏ ସଂପର୍କରେ ସୂଚନା ଦେଇଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା । ଏହା ସହ କହିଛନ୍ତି ଦ୍ୱିତୀୟ ଓଜେଇଇ ପାଇଁ ଜୁଲାଇ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୨୨ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁଲାଇ ୨୭ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୩୧ ତାରିଖରେ ପରୀକ୍ଷା ହେବ। ଅଗଷ୍ଟ ୩ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍‌ କରାଯିବ। ଅଗଷ୍ଟ ୧୦ରେ ଫାଇନାଲ୍ ଆଲଟ୍‌ମେଣ୍ଟ୍ ହେବ।