ନୋଟବନ୍ଦୀ ପରେ ଚେକବନ୍ଦୀ । ଡିଜିଟାଲ କାରବାରକୁ ବଢାଇବା ପାଇଁ ଚେକବୁକକୁ ବନ୍ଦ କରିପାରନ୍ତି ସରକାର

40

ଏଣିକି ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କର ଚେକବୁକ୍ । ସରକାରଙ୍କ ଯୋଜନା କ୍ରମେ କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ଚେକବୁକ୍ । ଚେକବୁକ୍ ଜରିଆରେ କରାଯାଉଥିବା ସମସ୍ତ ପ୍ରକାରର ଆର୍ଥିକ କାରବାରକୁ ତେବେ ଆଗାମୀ ଦିନମାନଙ୍କରେ ବନ୍ଦ କରିଦିଆଯିବା ନେଇ ଖବର ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ ଚେକ ବଦଳରେ ବ୍ୟାଙ୍କ ଗ୍ରାହକମାନଙ୍କୁ କେବଳ ଡିଜିଟାଲ ଟ୍ରାଂଜାକ୍ସନ କରିବାକୁ ହିଁ ପରାମର୍ଶ ଦେଇପାରନ୍ତି । ଏଥିପାଇଁ ସରକାର ମଧ୍ୟ ଖୁବ୍ ଶୀଘ୍ର ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି । ଯାହାଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥାକୁ କ୍ୟାସଲେସ କରିବା ଭଳି ସରକାରଙ୍କର ସ୍ୱପ୍ନ ସାକାର ହୋଇପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜାଣିବାକୁ ମିଳିଛି ।

ତେବେ ସଂପୂର୍ଣ୍ଣ ଦେଶରେ ଡିଜିଟାଲ କାରବାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ର ସରକାର ବ୍ୟାଙ୍କ ଚେକବୁକ ସୁବିଧାକୁ ନିକଟ ଭବିଷ୍ୟତରେ ବନ୍ଦ କରିପାରନ୍ତି ବୋଲି ବ୍ୟବସୀୟୀ ସଂଗଠନ ତଥା କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କାଟ)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି, କାଟର ମହାସଚିବ ପ୍ରବିଣ ଖଣ୍ଡେଲୱାଲ କହିଛନ୍ତି ଯେ, ଜନତାଙ୍କୁ ଡେଭିଡ ତଥା କ୍ରେଡିଟ୍ କାର୍ଡର ବ୍ୟବହାର ପାଇଁ ଅଧିକ ଉତ୍ସାହିତ କରିବାର ଆବଶ୍ୟକତା ସରକାରଙ୍କର ରହିଛି । ସେ କହିଛନ୍ତି କି, ସମ୍ଭାବନା ରହିଛି କି, ଡିଜିଟାଲ କାରବାରକୁ ଉତ୍ସାହିତ କରିବା ପାଇଁ ସରକାର ନିକଟ ଭବିଷ୍ୟତରେ ଚେକବୁକ୍ ଭଳି ସୁବିଧାକୁ ବନ୍ଦ କରିପାରନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ସରକାର ୨୫,୦୦୦କୋଟି ଟଙ୍କା କେବଳ ନୋଟର ଛପା କାମରେ ହିଁ ଖର୍ଚ୍ଚ କରିଥାନ୍ତି ଏବଂ ୬,୦୦୦କୋଟି ଟଙ୍କା ସେହି ନୋଟଗୁଡିକର ସୁରକ୍ଷା ଲାଗି ଖର୍ଚ୍ଚ କରାଯାଇଥାଏ । ତେଣୁ ସେହି ସମସ୍ତ ଖର୍ଚ୍ଚ ଉପରେ ଲଗାମ ଲଗାଇବା ପାଇଁ ସରକାର ନିଜ ତରଫରୁ ପୁରା ପ୍ରୟାସ ଜାରି ରଖିଛନ୍ତି । ଯଦି ଡିଜିଟାଲ କାରବାର ବୃଦ୍ଧି ପାଏ ତେବେ ପୁଣି ଏହି ଖର୍ଚ୍ଚ ନା ସହିତ ସମାନ ଅଟେ ।

ଖଣ୍ଡଲୱାଲଙ୍କ କହିଛନ୍ତି କି, ସାରା ଦେଶରେ ପାଖାପାଖି ୮୦ କୋଟିରୁ ଅଧିକ ଏଟିଏମ କାର୍ଡ ରହିଛି । ହେଲେ ଏଥି ମଧ୍ୟରୁ କେବଳ ୫ ପ୍ରତିଶତ କାର୍ଡର ବ୍ୟବହାର ଡିଜିଟାଲ ଟ୍ରାଂନଜାକ୍ସନ ପାଇଁ କରାଯାଇଥାଏ । ବାକି ୯୫ ପ୍ରତିଶତ କାର୍ଡ କ୍ୟାସ ବାହାର କରିବା ପାଇଁ ବ୍ୟବହୃତ କରାଯାଇଥାଏ । ଯଦିଓ ବଡ ବଡ ସହରମାନଙ୍କରେ ଡେଭିଡ କାର୍ଡର ପ୍ରୟୋଗ ଡିଜିଟାଲ କାରବାରରେ ବୃଦ୍ଧି ପାଇଛି ହେଲେ ଛୋଟ ସହର ଏବଂ ଗ୍ରାମୀଣ ଅଂଚଳମାନଙ୍କରେ ଲୋକଙ୍କର ଏଙ୍କିଏମର ବ୍ୟବହାର ନା ସହିତ ସମାନ ଅଟେ ।