ବଜାରକୁ ଆସିଲା ନୂଆ ସିମ୍ ! ବର୍ଷକ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ସବୁକିଛି ମାଗଣା । କିଣିବାକୁ ଚାହୁଁଛନ୍ତି କି, ତେବେ ପଢନ୍ତୁ ପୂରା ଖବର

59

ଶସ୍ତା କିମ୍ବା ମାଗଣା ସେବା କିମ୍ବା ଡାଟା ଦେବା ଭଳି ଖବର ଆସିଲେ ସଭିଁଙ୍କ ମନରେ ଜିଓ ତଥା ମୁକେଶ ଅମ୍ବାନୀଙ୍କ କଥା ହିଁ ସର୍ବ ପ୍ରଥମେ ଆସିଥାଏ । କାରଣ ଜିଓ ସବୁବେଳେ କିଛି ନା କିଛି ଆକର୍ଷଣୀୟ ଅଫରମାନ ଲଂଚ କରି ଲୋକଙ୍କୁ ଆକୃଷ୍ଠ କରିବାରେ ବ୍ୟସ୍ତ ଥାଏ । ଯାହାର ବଡ ଉଦାହରଣ ହେଉଛି ଆପଣ ବ୍ୟବହାର କରୁଥିବା ଜିଓ ସିମ୍ । ତେବେ ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ମଧ୍ୟ ଅନେକ କଂପାନୀ ଆଗେଇ ଆସିଛନ୍ତି । ଏୟାରଟେଲ, ଆଇଡିଆ, ଭୋଡାଫୋନ ଏପରିକି ବିଏସଏନଏଲ ସମେତ ବାବା ରାମଦେବଙ୍କ ପତଂଜଳୀ ମଧ୍ୟ ଏଥିରେ ସାମିଲ ।

ଇତି ମଧ୍ୟରେ ପୁଣି ଏକ ନୂଆ କଂପାନୀର ସିମକାର୍ଡ ଖୁବ୍ ଶୀଗ୍ର ବଜାରରକୁ ଆସୁଛି, ଯାହାକି ଜିଓ ସହ ଲଢିବାକୁ କୌଣସି ବ୍ରହ୍ମାସ୍ତ୍ରଠାରୁ କମ ନୁହେଁ । ଆଜ୍ଞା ହଁ ! ଠିକ୍ ଏଭଳି ହିଁ ଏହି ସିମକାର୍ଡର ବିଶେଷତ୍ୱ ରହିଛି । ଯାହାକି ଜିଓ ସହ ମୁକାବିଲା କରିବାକୁ ପୂରାପୂରି ପ୍ରସ୍ତୁତ । ଏବେ ଖାଲି ଦେଖିବାକୁ ବାକି ରହିଛି ଏହି ସିମ ଜିଓ ସାମ୍ନାରେ କିଭଳି ତିଷ୍ଠି ପାରୁଛି । ଯେବେଠାରୁ ଭାରତରେ ଜିଓ ସିମ୍ ଲଂଚ ହୋଇଛି, ସେବେଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମେ ସମସ୍ତେ ଶସ୍ତା ୪ଜି ସୁବିଧାର ମଜା ଉଠାଉଛନ୍ତି । ଜିଓ କାରଣରୁ ବାକି ସବୁ ଟେଲକମ କଂପାନୀମାନେ ବି ଶସ୍ତା ଅଫରମାନ ଲଂଚ କରିବାକୁ ବାଧ୍ୟ ହେଉଛନ୍ତି ।

କିନ୍ତୁ ଜିଓର ଉପଭୋକ୍ତାଙ୍କ ସଂଖ୍ୟା ବହୁତ ଅଧିକ ବୃଦ୍ଧିପାଇବା କାରଣରୁ ଏବେ ଜିଓ ଗ୍ରାହକଙ୍କୁ ୪ଜି ନେଟଓର୍କର ସ୍ପିଡ ଭଲ ଭାବରେ ମିଳିପାରୁନାହିଁ । ଲୋକଙ୍କୁ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏବେ ଏକ ନୂଆ କଂପାନୀ ନିଜ ସିମକାର୍ଡ ଲଂଚ କରିବାକୁ ଯାଉଛି ଆଉ ଏହି କଂପାନୀ ଜିଓଠାରୁ ବହୁଗୁଣା ଭଲ ସେବା ଯୋଗାଇ ଦେବାକୁ ମଧ୍ୟ ଦାବି କରିଛି ।

ତେବେ ଏହି ନୂଆ କଂପାନୀଟି ହେଉଛି ‘ମୋବଲ’ । ଏହି କଂପାନୀ ଏକାସାଥିରେ ସମସ୍ତ ଦେଶମାନଙ୍କରେ ଲଂଚା କରାଯିବ । ଏହି କଂପାନୀର ସିମକାର୍ଡର ସବୁଠାରୁ ବଡ ବିଶେଷତ୍ୱ ହେଲା କି, ଏହି ସିମଟି ସବୁ ନେଟୱର୍କରେକାମ କରିବ । ଅର୍ଥାତ୍ ଆପଣଙ୍କ ଆଖପାଖରେ ଯେଉଁ କଂପାନୀର ବି ଟାୱାର ଥିବ ଏହି ସିମ ସେହି ଟାୱାରରୁ ନେଟୱର୍କ ନେଇଯିବ । ପ୍ରଥମେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଉଭୟ ଇଂଟରନେଟ ଏବଂ କଲିଂର ସୁବିଧା ମାଗଣାରେ ମିଳିବ ।