ଜିଓକୁ କଡା ଟକ୍କର ! ବଜାରକୁ ଆସିଲା ଏୟାରଟେଲର ଆଉ ଦୁଇଟି ସ୍ମାର୍ଟଫୋନ, ଜାଣନ୍ତୁ ଏହାର ଦାମ ଏବଂ ଫିଚର୍ସ

50

ଜିଓ ଫୋନକୁ ଟକ୍କର ଦେବା ପାଇଁ ଏୟାରଟେଲ ଲଂଚ କରିଛି ପୁଣି ଦୁଇଟି ଶସ୍ତା ସ୍ମାର୍ଟଫୋନ । ଯାହାକୁ କଂପାନୀ ସ୍ମାର୍ଟଫୋନ କଂପାନୀ କାର୍ବନ ସହିତ ଭାଗିଦାରୀ ସାଜି ଲଂଚ କରିଛି । ତେବେ ଏୟାରଟେଲ କାର୍ବନ ଏୱାନ ଇଣ୍ଡିଆନ ଏବଂ କାର୍ବନ ଏ୪୧ ପାୱାରକୁ ‘ମୋର ପ୍ରଥମ ସ୍ମାର୍ଟଫୋନ’ ଭାବେ ବ୍ୟକ୍ତ କରିଛି । ଖାଲି ଏୟାରଟେଲ ନୁହେଁ ବରଂ ଭୋଡାଫୋନ ମଧ୍ୟ ମାଇକ୍ରୋମାକ୍ସ ସହିତ ମିଶି ଭାରତ ୨ ଅଲଟ୍ରା ଲଂଚ କରିଥିବା ବେଳେ ବିଏସଏନଏଲ ମାଇକ୍ରୋମାକ୍ସ ଭାରତ-୧ ସ୍ମାର୍ଟଫୋନ ଲଂଚ କରିଛି । ସୂଚନାଯୋଗ୍ୟ କି, ନିକଟରେ ରିଲାଏନ୍ସ ଜିଓ ନିଜର ଏକ ଫିଚର ଫୋନ ଲଂଚ କରିଥିଲା ଯାହା ରହିଛି ସଂପୂର୍ଣ୍ଣ ମାଗଣା ଆଉ ଏହାକୁ ନେବାପାଇଁ ଗ୍ରାହକଙ୍କୁ ଦେବାକୁ ପଡିଥିଲା ମାତ୍ର ୧୫୦୦ଟଙ୍କା ।

ଫିଚର୍ସ

ଦୁଇଟି ଯାକ ସ୍ମାର୍ଟଫୋନରେ ରହିଛି ୪ ଇଂଚର ଡିସପ୍ଲେ । ଦୁଇଟି ଯାକ ଫୋନ ଗୁଗଲର ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ନ୍ୟୁଗା ୭.୦ରେ କାମ କରିଥାଏ । ଏହି ଦୁଇ ଫୋନରେ ୧ଜିବିର ରାମ ମଧ୍ୟ ଦିଆଯାଇଛି । ଏହାର ଇଂଟରନେଟ ମେମୋରୀ ୮ଜିବିର ରହିଛି । କାର୍ବନ ଏ-୧ରେ ୧.୧ ଗିଗାହାଇର୍ଜର କ୍ୱାଡକୋର ପ୍ରସୋସର ଦିଆଯାଇଛି । ସେହିପରି ଏହି ଫୋନକୁ ପାୱାର ଦେବାକୁ ଏଥିରେ ୧,୫୦୦ଏମଏଏଚର ବ୍ୟାଟେରୀ ଦିଆଯାଇଛି । ଏ-୧ରେ ଫଟୋଗ୍ରାଫି ପାଇଁ ୩.୨ ମେଗାପିକ୍ସଲର ରିୟର କ୍ୟାମେରା ଦିଆଯାଇଛି । ଏହାବ୍ୟତୀତ ଏଥିରେ ୨ ମେଗାପିକ୍ସଲର ଫ୍ରଂଟ କ୍ୟାମେରା ବି ରହିଛି । କାର୍ବନ ଏ-୪୧ ପାୱରରେ ୧.୩ ଗିଗାହଇଜର କ୍ୱାଡକୋର ପ୍ରୋସେସର ଦିଆଯାଇଛି । ଫୋନର ପାୱାର ପାଇଁ ରହିଛି ୨,୩୦୦ଏମଏଏଚର ବ୍ୟାଟେରୀ ରହିଛି । ଏ-୪୧ରେ ୨ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୦.୩ ମେଗାପିକ୍ସଲର ଫ୍ରଂଟ କ୍ୟାମେରା ରହିଛି ।

ଦାମ ଏବଂ ଅଫର

ଏୟାରଟେଲ କାର୍ବନ ଏ-୧ ଇଣ୍ଡିଆନର ମୂଲ୍ୟ ରଖିଛି ମାତ୍ର ୧,୭୯୯ଟଙ୍କା ଏବଂ କାର୍ବନ ଏ-୪୧ ପାୱାରର ଦାମ ରହିଛି ୧,୮୪୯ ଟଙ୍କା । କାର୍ବନ ଏ-୧କୁ କିଣିବା ପାଇଁ ହେଲେ ଗ୍ରାହକଙ୍କୁ ୩,୨୯୯ଟଙ୍କା ଦେବାକୁ ପଡିବ । ସେହିପରି କାର୍ବନ ଏ-୪୧ ପାୱାରକୁ କିଣିବା ପାଇଁ ଦେବାକୁ ପଡିବ ୩,୩୪୯ ଟଙ୍କା । ଏୟାରଟେଲ ସ୍ପଷ୍ଟ କରିଛି କି, ଏହି ଫୋନଗୁଡିକରେ ୟୁଜର ନିଜର ଆବଶ୍ୟକତା ମୁତାବକ ରିଚାର୍ଜ କରିପାରିବେ । ଏହି ଦୁଇଟି ଯାକ ଫୋନରେ ଏୟାରଟେଲ ପକ୍ଷରୁ ୧,୫୦୦ଟଙ୍କାର କ୍ୟାସବ୍ୟାକ୍ ଦିଆଯାଇଛି । ଏଥିପାଇଁ କଂପାନୀର ସର୍ତ୍ତ ରଖିଛି କି, ୟୁଜରଙ୍କୁ ପ୍ରଥମେ ୧୮ ମାସ ଭିତରେ ଅତି କମରେ ୩,୦୦୦ଟଙ୍କା ରିଚାର୍ଜ କରିବାକୁ ପଡିବ ।

ଏଭଳି କରିବା ଦ୍ୱାରା ୫୦୦ ଟଙ୍କାର କ୍ୟାସବ୍ୟାକ୍ ଦିଆଯିବ । ଏହାପରେ ଆଗାମୀ ୧୮ ମାସରେ ଅତି କମରେ ୩,୦୦ଟଙ୍କା ରିଚାର୍ଜ କରିବାକୁ ହେବ । ଏହାପରେ ୟୁଜରଙ୍କୁ ୧,୦୦୦ଟଙ୍କାର କ୍ୟାସବ୍ୟାକ୍ ଅତିରିକ୍ତ ମିଳିବ । ତେବେ ଏଭଳି ଭାବେ ୟୁଜର୍ସଙ୍କୁ ୩୬ ମାସ ଭିତରେ ୧,୫୦୦ଟଙ୍କା କ୍ୟାସବ୍ୟାକ୍ ମିଳିଯିବ । ଏହି କ୍ୟାସବ୍ୟାକ ୟୁଜରଙ୍କୁ ଏୟାରଟେଲ ପେମେଂଟ ବ୍ୟାଙ୍କ ଆକାଉଂଟରେ ମିଳିବ । ଏହି ଟଙ୍କାକୁ ୟୁଜର ନିଜର କୌଣସି ବି ବ୍ୟାଙ୍କ ଆକାଉଂଟରେ ଟ୍ରାନ୍ସଫର କରିପାରିବେ ।