କେବଳ ଗୋଟିଏ ନମ୍ବର ଡାଏଲ କରି ମୁହୂର୍ତ୍ତକ ମଧ୍ୟରେ କରନ୍ତୁ ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ । ଜାଣନ୍ତୁ ପୂରା ପ୍ରକ୍ରିୟା

97

କେନ୍ଦ୍ର ସରକାର ନିର୍ଦ୍ଦେଶାନୁଯାୟୀ ଏବେ ମୋବାଇଲ ନମ୍ବରକୁ ଆଧାର ନମ୍ବର ସହ ଲିଙ୍କ କରିବା ଏକପ୍ରକାରେ ବାଧ୍ୟତାମୂଳକ ହୋଇପଡିଛି । ଯଦି କୌଣସି ବ୍ୟକ୍ତି ସରକରାଙ୍କର ଏହି ନିୟମକୁ ପାଳନ ନକରନ୍ତି ତେବେ ତାଙ୍କର ମୋବାଇଲ ନମ୍ବରକୁ ବନ୍ଦ କରିଦିଆଯିବ । ତେବେ ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ପହିଲାରୁ ୟୁଆଇଡିଏଆଇ ପକ୍ଷରୁ ମୋବାଇଲକୁ ଆଧାର ସହ ଲିଙ୍କ କରିବା ନେଇ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ଯେଉଁଥିରେ ଲୋକେ ଖାଳି ଗୋଟିଏ ନମ୍ବର ଡାଏଲ କରି ନିଜର ମୋବାଇଲ ନମ୍ବରକୁ ଆଧାର ନମ୍ବର ସହ ଘରେ ବସି ଲିଙ୍କ କରିପାରିବେ ।

ଯଦି ଆପଣ ଏଯାବତ୍ ଆପଣଙ୍କର ନମ୍ବରକୁ ଆଧାର ନମ୍ବର ସହ ଲିଙ୍କ କରିନାହାଁନ୍ତି ତେବେ ତୁରନ୍ତ କରିଦିଅନ୍ତି । କିନ୍ତୁ ଏବେ ଆପଣଙ୍କୁ ଏଥିପାଇଁ ଅପରେଟରଙ୍କ ନିକଟକୁ ଆଉ ଯିବାକୁ ପଡି ନପାରେ କାରଣ, ୟୁଆଇଡିଏଆଇର ନୂଆ ନିୟମ ଆଧାରରେ ଏଣିକି ଆପଣ ଘରେ ବସି ବି ଓଟିପି କୋଡ ଜରିଆରେ ଆପଣଙ୍କର ନେମ୍ବରକୁ ଆଧାର ସହ ଲିଙ୍କ କରିପାରିବେ । ତେବେ ଜାଣନ୍ତୁ କିପରି କରିବେ ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ ।

୧. ନିଜ ଫୋନରୁ ୧୪୫୪୬ ନମ୍ବରକୁ ଫୋନକରନ୍ତୁ ଓ ଆଇଭିଆର୍ ଭଏସକୁ ଅପେକ୍ଷା କରନ୍ତୁ ।

୨. କଲ୍ ଲାଗିଗଲେ ଆପଣଙ୍କୁ ଗୋଟିଏ ଭାଷା ବାଛିବାକୁ କହିବ । ଆପଣ ନିଜ ସୁବିଧା ଅନୁସାରେ ଗୋଟିଏ ଭାଷା ବାଛନ୍ତୁ ।

୩. ଏହା ପରେ ଆପଣଙ୍କୁ ଆଧାର ନମ୍ବର ଏଣ୍ଟର କରିବାକୁ କୁହାଯିବ । ଆଧାର ନମ୍ବର ଲେଖିବା ପରେ ତାହାକୁ ୟୁଆଇଡିଏଆଇ ନିକଟକୁ ଭେରିଫିକସନ ପାଇଁ ପଠାଯିବ ।

୪. ଭେରିଫିକେସନ ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । କଲ୍ ସମୟରେ ଆପଣଙ୍କୁ ଉକ୍ତ ଓଟିପି ନମ୍ବରକୁ ଏଣ୍ଟର କରିବାକୁ ହେବ ।

୫. ଓଟିପି ଏଣ୍ଟର କଲା ପରେ କଲ୍ କଟିଯିବ ଓ ଆଧାର ଲିଙ୍କ ସଂପର୍କରେ ଏକ କନଫର୍ମେସନ ଏସଏମଏସ ଆସିବ ।