ଏଣିକି ବିନା ନେଟୱର୍କରେ ବି କରିପାରିବେ ଚାର୍ଟିଂ । ବନ୍ୟା, ବାତ୍ୟା ଏବଂ ଭୂମିକଂପ ସମୟରେ ଦେଇପାରିବେ ସୂଚନା

38

ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲରେ ନେଟୱର୍କଜନିତ ସମସ୍ୟା ଦେଖାଦେବା ଏକ ବଡ ସମସ୍ୟା ଅଟେ । ହେଲେ ଏବେ ଆପଣଙ୍କୁ ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ କାରଣ, ନିକଟରେ କିଛି ଡେଭଲପର ଏହାର ସମଧାନର ବାଟ ଖୋଜି ବାହାର କରିଛନ୍ତି । ଯେଉଁଥିରେ ଆପଣ ବିନା ନେଟୱର୍କରେ ବି ବନ୍ଧୁଙ୍କ ସହ ମେସେଜ ଚାର୍ଟ କରିପାରିବେ ।

ଆଜ୍ଞା ହଁ ! ସ୍ପେନ କିଛି ଡେଭଲପର୍ସ ଏକ ନୂଆ ଆପ ଡେଭଲପ କରିଛନ୍ତି ଯାହା ବିନା ନେଟୱର୍କରେ କାମ କରିବ । ଏହି ଆପ ଜରିଆରେ ଲୋକେ ବନ୍ୟା, ବାତ୍ୟା ଏବଂ ଭୂମିକଂପ ଭଳି ପରିସ୍ଥିତିରେ ମଧ୍ୟ ପରିଜନଙ୍କ ସହ ସଂପର୍କ କରିପାରିବେ । ତେବେ ଏହି ଆପଟିର ନାଁ ରହିଛି ‘ଏସଓଏସ’ ।

ସୂଚନା ମୁତାବକ, ପ୍ରାକୃତିକ ଦୁର୍ବିପାକ ସମୟରେ ସାଧାରଣତଃ ମୋବାଇଲ ନେଟୱର୍କ ପ୍ରଭାବିତ ହୋଇଥାଏ ଆଉ ଏଭଳି ପରିସ୍ଥିତିରେ ମୋବାଇଲରୁ କଲ କିମ୍ବା ମେସେଜ କରିବା ବହୁତ କଷ୍ଟକର ହୋଇପଡେ । ହେଲେ ଏହି ଇମରଜେନ୍ସି ଆପ ଜରିଆରେ ଆପଣ ଆପଣଙ୍କର ପରିଜନଙ୍କ ସହ ସଂପର୍କ କରିପାରିବେ । ତେବେ ଏହି ଆପରୁ ମେସେଜ ରିସିଭ କରିବାକୁ ହେଲେ ଆପଣ ପଠାଉଥିବା ବ୍ୟକ୍ତିବିଶେଷଙ୍କ ମୋବାଇଲରେ ମଧ୍ୟ ଏହି ଆପଟି ରହିଥିବା ଆବଶ୍ୟକ ।