ରୋଷେଇ ଝନଝଟରୁ ମିଳିବ ମୁକ୍ତି : ମାତ୍ର ୪ରୁ ୫ ମିନିଟରେ ତିଆରି ହୋଇଯିବ ଭାତଡାଲି, ‘ସ୍ମୋକଲେସ୍ ଷ୍ଟୋଭ’ ତିଆରି କଲେ ଇଞ୍ଜିନିୟରିଂ ଛାତ୍ରୀ ଦେବଶ୍ରୀ

1,544

କନକ ବ୍ୟୁରୋ : ରୋଷେଇ କରିବା ପାଇଁ ଆଉ ଘଣ୍ଟା ଘଣ୍ଟା ସମୟ ଲାଗିବ ନାହିଁ । ମାତ୍ର ୪ରୁ ୫ ମିନିଟରେ ହୋଇଯିବ ରୋଷେଇ । ଚୁଟକିରେ ପ୍ରସ୍ତୁତ ହେବ ଭାତ, ଡାଲି ଓ ତରକାରୀ । ବ୍ୟସ୍ତବହୁଳ ଜୀବନରେ ଗୃହିଣୀଙ୍କୁ ରୋଷେଇର ଝନଝଟରୁ ମୁକ୍ତିଦେବାକୁ ଏନ ନୂତନ ଧରଣର ଚୁଲା ପ୍ରସ୍ତୁତ କରିଛନ୍ତି ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଛାତ୍ରୀ ଦେବଶ୍ରୀ ପାଢ଼ୀ । ଏହି ଚୁଲା ବ୍ୟବହାର କରିବା ଦ୍ୱାରା ସମୟ ବଞ୍ଚିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହେବନାହିଁ । ଦେବଶ୍ରୀଙ୍କ ଏହି ପ୍ରୟାସ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

ଇଞ୍ଜିନିୟରିଂ ଛାତ୍ରୀ ଦେବଶ୍ରୀ ପାଢ଼ୀ ଆଧୁନିକ ଜ୍ଞାନକୌଶଳରେ ତିଆରି କରିଛନ୍ତି ‘ସ୍ମୋକଲେସ୍ ଷ୍ଟୋଭ’ । ଏହି ଚୁଲା ବ୍ୟବହାର କଲେ ଧୂଆଁ ବାହରିବନି କି ପରିବେଶ ପ୍ରଦୂଷଣ ହେବନାହିଁ । ଗରିବ ମହିଳାଙ୍କ ଦୁଃଖକୁ ହୃଦୟଙ୍ଗମ କରି ଏହି ସ୍ୱତନ୍ତ୍ର ଚୁଲା ପ୍ରସ୍ତୁୁତ କରିଛନ୍ତି ଦେବଶ୍ରୀ । ସବୁଠାରୁ ବଡ଼ କଥା ହେଲା ଏହି ସ୍ୱତନ୍ତ୍ର ଚୂଲାରେ ମାତ୍ର ୪ରୁ ୫ ମିନିଟରେ ଭାତ ଡାଲି ପ୍ରସ୍ତୁତ ହୋଇଯାଉଛି । ଏମଏସଏମଇରୁ ପ୍ରୋଜେକ୍ଟ ଆଣି ଏହି ସ୍ୱତନ୍ତ୍ର ଚୁଲା ପ୍ରସ୍ତୁତ କରିଛନ୍ତି ଦେବଶ୍ରୀ । ଆଉ ଏଥିରେ ଦେବଶ୍ରୀଙ୍କୁ ତାଙ୍କ ବାପା ଓ ଜଣେ ଟେକ୍ନିସିଆନ୍ ସାହାଯ୍ୟ କରିଛନ୍ତି । ଆଉ ଏକ ବଡ଼ କଥା ହେଲା ଅଦକରକାରୀ ପଦାର୍ଥକୁ ବ୍ୟବହାର କରି ଇନ୍ଧନ ତିଆରି କରୁଛନ୍ତି । ଜୈବିକ ପଦାର୍ଥରୁ ଜାଳେଣୀ ତିଆରି ହେଉଥିବାରୁ ପରିବେଶ ପାଇଁ କ୍ଷତିକାରକ ନୁହେଁ ।

ରେଗୁଲେଟର ମୋଡ଼ିଲେ ଚୁଲାର ତାପମାତ୍ରାକୁ ନିୟନ୍ତ୍ରିତ କରାଯାଇ ପାରୁଛି । ମାତ୍ର ୩୦୦ ରୁ ୩୫୦ ଟଙ୍କା ଟଙ୍କା ଖର୍ଚ୍ଚ କରି ମାସ ସାରା ଏହି ଚୁଲା ବ୍ୟବହାର କରିହେବ । ପୁରା ପରିବାର ପାଇଁ ରୋଷେଇ କରିବାକୁ ମାତ୍ର ୧୫ରୁ ୨୦ ମିନିଟ୍ ସମୟ ଲାଗିବ । ଆଗାମୀ ସମୟରେ ପୁରା ରାଜ୍ୟରେ ଏହି ଚୂଲାର ବିତରଣ ପାଇଁ ସରକାରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ଦେବଶ୍ରୀ । ତେବେ ଭଦ୍ରକର ଏକ ଗାଁକୁ ପୋଷ୍ୟ ରୂପେ ଗ୍ରହଣ କରି ସେଠାକାର ମହିଳାଙ୍କୁ ଏହି ଚୁଲା ଦେବାପାଇଁ ଯୋଜନା ରଖିଛନ୍ତି  ।