ଖାଦ୍ୟରେ କାହିଁକି ପକାଯାଏ ତୁଳସୀ ? ଚନ୍ଦ୍ରଗ୍ରହଣରେ ତୁଳସୀର ପ୍ରୟୋଗକୁ କାହିଁକି ଦିଆଯାଏ ଗୁରୁତ୍ୱ ?

606

କନକ ବ୍ୟୁରୋ : ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ବୋଲି ବିଚାର କରାଯାଏ । ଚନ୍ଦ୍ରଗ୍ରହଣରେ ତୁଳସୀର ପ୍ରୟୋଗକୁ ଦିଆଯାଏ ଗୁରୁତ୍ୱ । ଚନ୍ଦଗ୍ରହଣ ଲାଗିବାର ୧୨ ଘଣ୍ଟା ଆଗରୁ ସୂତକ ଲାଗେ । ସୂତକ ଲାଗିବା ମାତ୍ରେ ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ । ବିଶ୍ୱାସ ଅନୁଯାୟୀ ଗ୍ରହଣର ପ୍ରଭାବକୁ ଟାଣିନିଏ ତୁଳସୀ । ତେଣୁ ଆପଣଙ୍କ ଖାଦ୍ୟର ଅଶୁଦ୍ଧି ଦୂର ହୋଇଥାଏ ।

ଗ୍ରହଣ ଶେଷ ହେବା ପରେ ଖାଦ୍ୟରୁ ତୁଳସୀ କାଢି ଦିଅନ୍ତୁ । ଗ୍ରହଣ ସମୟରେ ପରିବେଶରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ । ତୁଳସୀର ସମ୍ପର୍କ ଭଗବାନ ବିଷ୍ଣୁଙ୍କ ସହ ରହିଥିବା ବିଶ୍ୱାସ ।ସେଥିପାଇଁ ହିନ୍ଦୁ ଧର୍ମରେ ତୁଳସୀକୁ ଅତ୍ୟନ୍ତ ପବିତ୍ର କୁହାଯାଏ । ଖାଦ୍ୟରେ ତୁଳସୀ ପକାଇଲେ ଏହାର ପବିତ୍ରତା ନଷ୍ଟ ହୁଏନାହିଁ । ଉପବାସରେ ତୁଳସୀ ଖାଇଲେ ରୋଗ ନିବାରକ ଶକ୍ତି ବଢ଼େ । ତୁଳସୀରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାର ଲାଭ ମିଳେ ।