ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାରେ ଶ୍ରଦ୍ଧାଙ୍କ ବାପାଙ୍କ ବୟାନ, ଦେବେନ୍ଦ୍ର ଫଡନଭିସଙ୍କୁ ଭେଟି କହିଲେ ଏଭଳି କଥା

139

କନକ ବ୍ୟୁରୋ : ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାର ପୁଣି ବଢିଲା ବିଚାର ବିଭାଗୀୟ ହେପାଜତ ଅବଧୀ ।ସେପଟେ ପ୍ରଥମଥର ପାଇଁ ମିଡିଆ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରଦ୍ଧାଙ୍କ ବାପା । ଶୁକ୍ରବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିଜଙ୍କୁ ଭେଟିଛନ୍ତି ଶ୍ରଦ୍ଧାଙ୍କ ବାପା  ବିକାଶ ମଦାନ ୱାଲକର । ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦୁଖ ଜଣାଇବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଅଫତାବକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଅଫତାବଙ୍କ ବାପା ଦାବି କରିଛନ୍ତି ।  ଅଫତାବର ପରିବାରର ସମସ୍ତ ସଦସ୍ୟଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି ।ଏଥିସହ ବମ୍ବଲ ଓ ଅନ୍ୟାନ୍ୟ ଡେଟିଂ ଆପ ଉପରେ କଟକଣା ଲଗାଇବ।। ପାଇଁ ମଧ୍ୟ ସେ ଅପିଲ କରିଛନ୍ତି ।ସେପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କହିଛନ୍ତି କି ଲଭଜିହାଦ ମାମଲା ବଢୁଛି ଓ ଏହାକୁ କିପରି ରୋକାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ଆଗକୁ କାମ କରିବେ  ।