ମାମ୍ନାକୁ ଆସିଲା ଶର୍ମିଷ୍ଠା ରାଉତଙ୍କ ଷ୍ଟିଙ୍ଗ ଭିଡ଼ିଓ: ମାନସଙ୍କୁ ହତ୍ୟା କରିବା ପରେ ଭୁବନେଶ୍ୱରରେ ମାସେ ଯାଏଁ ବୁଲୁଥିଲେ ଶର୍ମିଷ୍ଠା

340

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଶର୍ମିଷ୍ଠା ରାଉତଙ୍କ ଷ୍ଟିଙ୍ଗ ଭିଡିଓ । କ୍ୟାମେରାମ୍ୟାନ ମାନସଙ୍କୁ ହତ୍ୟା କରିବା ପରେ ପ୍ରାୟ ମାସେ ଧରି ଭୁବନେଶ୍ୱରରେ ଲୁଚି ବୁଲୁଥିଲେ ଶର୍ମିଷ୍ଠା ରାଉତ । ଏକ ମେମୋରୀ ଚିପକୁ ନେଇ ଏହି ସୁଚିନ୍ତିତ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ପୋଲିସ ନଜରରୁ ବର୍ତିବାରେ ସମର୍ଥ ହେଉଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେମୋରୀ ଚିପଟି ହାତେଇବା ପାଇଁ ମାନସଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖାଇ ନେଇଥିଲେ ଶର୍ମିଷ୍ଠା । ଆଉ ସେହି ଅଣ୍ଡରଟେକିଂ ବଳରେ ମେମୋରୀ ଚିପଟି ହାତେଇ ନେବାରେ ସମର୍ଥ ହେଲେ । ଯାହା ଷ୍ଟିଙ୍ଗ ଭିଡିଓରେ ଶର୍ମିଷ୍ଠାଙ୍କ ସ୍ୱରରୁ ଜଣାପଡୁଛି ।

ତେବେ କଥା ଉଠୁଛି ମେମୋରୀ ଚିପଟି ହାତେଇବା ପରେ ମାନସଙ୍କୁ ରାସ୍ତାରୁ ହଟାଇ ଦେବାକୁ ହତ୍ୟା ଷଡଯନ୍ତ୍ର କରିଥିଲେ କି ଶର୍ମିଷ୍ଠା ରାଉତ । ମେମୋରୀ ଚିପରେ ଥିବା ଡାଟା କାଳେ ଆଉ କେଉଁଠି ରଖିଥିବେ ମାନସ, ସେଥିପାଇଁ ତାଙ୍କୁ ହତ୍ୟା କରିବାକୁ ବନାଇଥିଲେ ପୁରା ମାଷ୍ଟର ପ୍ଲାନ । ତେବେ ଏହି ମେମୋରୀ ଚିପରେ କଣ ଥିଲା । କାହିଁକି ଶର୍ମିଷ୍ଠାଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ମାନସଙ୍କ ହେପାଜତରେ ଥିବା ମେମୋରୀ ଚିପଟିକୁ ହାତେଇବା । ଏହାଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାନସଙ୍କୁ ହତ୍ୟା କରିବା ପରେ ପୋଲିସ ଜେରାର ସମ୍ମୁଖୀନ ହୋଇମଧ୍ୟ ଭୁବନେଶ୍ୱରରେ ଲୁଚିଥିଲେ ଶର୍ମିଷ୍ଠା ।

ପ୍ରାୟ ମାସେ ଧରି ଭୁବନେଶ୍ୱରରେ ଲୁଚି ରହିଥିଲେ ବି ପୋଲିସ ତାଙ୍କ ଟେର ପାଉନଥିଲା କେମିତି । ଏହି ଭିଡିଓଟି ମାର୍ଚ୍ଚ ୩ ତାରିଖ ପୂର୍ବରୁ ରେକର୍ଡ କରାଯାଇଥିବା ଜଣାପଡିଛି । ମାର୍ଚ୍ଚ ୧୨ ତାରିଖରେ ପୋଲିସକୁ ମାନଙ୍କ ମୃତଦେହ ମିଳିଥିଲା । ଏହାପରେ ହତ୍ୟା ମାମଲାରେ ଜୋରଦାର ଖୋଳତାଡ ଆରମ୍ଭ ହେଲା ବେଳକୁ ପୋଲିସ ଆଖିରେ ଧୁଳିଦେଇ ଫେରାର ହୋଇସାରିଥିଲେ ଶର୍ମିଷ୍ଠା ରାଉତ ।