ରଥଯାତ୍ରା ତୃତୀୟ ସମନ୍ୱୟ କମିଟି ବୈଠକ ଆରମ୍ଭ ! ଯୋଗଦେଲେନି ସେବାୟତ, ମେଳି କରି ଆଇନ ମନ୍ତ୍ରୀଙ୍କୁ ଦେଲେ ସ୍ମାରକ ପତ୍ର

23

କନକ ବ୍ୟୁରୋ : ରଥଯାତ୍ରା ପାଇଁ ଆଜି ପୁରୀରେ ତୃତୀୟ ସମନ୍ୱୟ କମିଟି ବୈଠକ ବସୁଛି । ଏଥିରେ ଆଇନମନ୍ତ୍ରୀ ଯୋଗଦେବେ । ଏହାପୂର୍ବରୁ ଏକାଠି ହୋଇଛନ୍ତି ସେବାୟତ । ବୈଠକ ପୂର୍ବର ସେବାୟତମାନେ ବିଭିନ୍ନ ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ।

ତେବେ ବୈଠକରେ ସେବାୟତ ସାମିଲ ହେବେ ନା ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଗୁରୁବାର ଦିନ ପୁରୀରେ ସେବାୟତ-ପ୍ରଶାସନ ବୈଠକ ବସିଥିଲା । ଏଥିରେ ନୀଳାଦ୍ରୀବିଜେ ବିଶୃଙ୍ଖଳା ନେଇ କୌଣସି ଆଲୋଚନା ହୋଇନଥିବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।