ରାଜଧାନୀରେ ସିରିଜ୍ ଦୁର୍ଘଟଣା ! ଉଦୟଗିରି ବିହାର ଛକରେ ହାଇୱା-୪୦୭ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା, ଜଣେ ମୃତ, ୩ଗୁରୁତର

30

କନକ ବ୍ୟୁରୋ: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ପାତ୍ରପଡା-ଉଦୟଗିରି ବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ହାଇୱା-୪୦୭ଗାଡି ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ଅଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।