ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ : ତାଳଦଣ୍ଡା କେନାଲ କାର୍ଯ୍ୟ ନେଇ ମଧ୍ୟ କଲେ ଆଲୋଚନା

78

କନକ ବ୍ୟୁରୋ : ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ସକାଳୁ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏସସିବି ମେଡ଼ିକାଲର ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡ଼ିକାଲ ବୁଲି ବିକାଶମୂଳକ କାମର ତଦାରଖ କରିଥିଲେ । ଏହା ପରେ ଫାଇଭ-ଟି ସଚିବ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସସିବି ବଡ଼ ମେଡିକାଲକୁ ଏମସପ୍ଲସ କରିବା ପାଇଁ ସମସ୍ତ କାର୍ଯ୍ୟ ଜୋରସରରେ ଜାରି ରହିଛି । ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଥିବା ବେଳେ ଏହାର ତଦାରଖ କରିଛନ୍ତି ପାଣ୍ଡିଆନ୍ ।

କ’ଣ କ’ଣ କାମ ସରିଛି, କାମ କିଭଳି ଚାଲିଛି ଏବଂ କେତେଦିନ ଭିତରେ କାମ ସରିବ ସେ ନେଇ ଫାଇଭ-ଟି ସଚିବ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲାପାଳ, କଟକ ଡ଼ିସିପି, ସିଡ଼ିଏ ଚେୟାରମ୍ୟାନ, ସିଏମସି କମିଶନର ଏବଂ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।