‘ସେଓ’ ଏବଂ ‘ଦୀପାବଳୀର ବାଣ’ କୋର୍ଡରେ ଦିଲ୍ଲୀରେ ପଶିଛନ୍ତି ଡ଼ଜନରୁ ଅଧିକ ଆତଙ୍କବାଦୀ ! ଦଶହରାରେ ଦିଲ୍ଲୀ ଦୋହଲାଇବାର ରହିଛି ଯୋଜନା ।

341

ଜମ୍ମୁ- କାଶ୍ମୀରରୁ ଧାରା ୩୭୦ ହଟିବା ପରେ ରକ୍ତ ଚାଉଳ ଚୋବାଉଥିବା ପାକିସ୍ତାନର ଆତଙ୍କବାଦୀ ସଂଗଠନ ନବରାତ୍ରୀ ଏବଂ ଦଶହରା ଅବସରରେ ରାଜଧାନୀ ଦିଲ୍ଲୀକୁ ଦୋହଲାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ବିଶ୍ୱସନୀୟ ସୂତ୍ରରୁ ଜଣାପଡିଛି ଯେ , ପାଖାପାଖି ଏକ ଡଜନ ୧୨ ରୁ ଅଧିକ ଆତଙ୍କବାଦୀ ରାଜଧାନୀ ଦିଲ୍ଲୀରେ ଖୋଲାଖୋଲି ଭାବରେ ବୁଲୁଛନ୍ତି । ଗୁଇନ୍ଦା ସୂତ୍ର ଅନୁସାରେ , ପିଓକେରେ ବସିଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ତିନିରୁ ଚାରି ପ୍ରଶିକ୍ଷିତ ଗ୍ରୁପ୍ କୁ ‘କର ବା ମର’ର ଟାସ୍କ ଦେଇ ଦିଲ୍ଲୀ , କାଶ୍ମୀର ଏବଂ ପଞ୍ଜାବ ପଠାଇଛନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ଆତଙ୍କବାଦୀଙ୍କ କଥାବାର୍ତ୍ତାର କୋର୍ଡକୁ ଇଣ୍ଟରସେପ୍ଟ କରାଯାଇଛି । ଯେଉଁଥିରେ ‘ଦିପାବଳୀର ବାଣ’ , ‘କାଶ୍ମୀର ସେଓକୁ ଦିଲ୍ଲୀରେ ସପ୍ଲାଇ’ ଭଳି କୋର୍ଡ ସାମିଲ୍ ଅଛି ।

ସେଓ ବଗିଚାରେ ବସି ଦିଲ୍ଲୀ ଦୋହଲାଇବାର ପ୍ଲାନ୍ :

ଦିଲ୍ଲୀରେ ରକ୍ତର ହୋଲି ଖେଳିବାର ସିକ୍ରେଟ୍ ପ୍ଲାନ୍ ୫ ଦିନ ପୂର୍ବରୁ କାଶ୍ମୀରର ଏକ ସେଓ ବଗିଚାରେ କରାଯାଇଥିଲା । ଦିଲ୍ଲୀରୁ ୯୦୦ କି.ମି ଦୂରରେ କାଶ୍ମୀରରେ ବସି ଜମ୍ମୁର ଜୈସ୍ କମାଣ୍ଡର ଅବୁ ଉସ୍ମାନ୍ ଏହି ଯୋଜନା ରଚିଥିଲେ ଯାହାର ନାଁ ସେ ଦେଇଥିଲେ ‘ଡ଼ି’ । ଗୁଇନ୍ଦା ବିଭାଗ ଏହି ରିପୋର୍ଟର ଖବର ଦେଇଛନ୍ତି । ଏହି ବୈଠକରେ ପାକ୍ ଏବଂ କାଶ୍ମୀର ଆତଙ୍କବାଦୀ ଉପସ୍ଥିତ ଥିଲେ । ଅବୁ ଉସ୍ମାନ ପାଖରେ ଏକ ସ୍ନାଇପର୍ ରାଇଫଲ୍ ଥିଲା ଏବଂ ଅନ୍ୟ ଆତଙ୍କବାଦୀଙ୍କ ପାଖରେ ଏକେ-୪୭ , ପିସ୍ତଲ୍ ଏବଂ ହ୍ୟାଣ୍ଡ୍ ଗ୍ରାନେଡ୍ ଥିଲା । ଗୁଇନ୍ଦା ବିଭାଗକୁ ଏହି ସୂଚନା ୫ ଦିନ ପୂର୍ବରୁ ହିଁ ମିଳିଯାଇଥିଲା । ତେବେ ଆତଙ୍କବାଦୀଙ୍କୁ ରୋକିବା ପାଇଁ ସୁରକ୍ଷାକୁ ଜୋରସୋର୍ କରାଯାଇଛି ଦିଲ୍ଲୀରେ ହାଇଆଲର୍ଟ ଜାରୀ କରାଯାଇଛି । ଆଲର୍ଟ ମିଳିବା ପରେ ସ୍ପେଶାଲ୍ ସେଲ୍ ପକ୍ଷରୁ ଦିଲ୍ଲୀର ଅନେକ ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଚାଲୁ ରହିଛି । ଗୁଇନ୍ଦା ବିଭାଗ ସୂତ୍ର ଅନୁସାରେ , ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀରି, ଅଫଗାନୀ ଏବଂ ୨ ପାକିସ୍ତାନୀ ଆତଙ୍କବାଦୀ ସାମିଲ୍ ରହିଛନ୍ତି । ଆତଙ୍କୀଙ୍କ ଟାର୍ଗେଟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଗୃହମନ୍ତ୍ରୀ ଅମିତ୍ ଶାହ , ଏନଏସଏ ଅଜିତ୍ ଡୋଭାଲ୍ ରହିଛନ୍ତି ।