ସାଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ : ପାଟଣାଗଡ ନିକଟରେ ଘଟିଛି ଦୁର୍ଘଟଣା

2,525

କନକ ବ୍ୟୁରୋ : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ସ୍କୁଟିକୁ କାରଟି ୨୦୦ ମିଟର ଯାଏଁ ଘୋଷାଡି ନେଇଗଲା । ପାଟଣାଗଡ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ ସାଂସଦଙ୍କ ଗାଡିକୁ ଅଟକ ରଖିଛି ପୋଲିସ । ପ୍ରକୃତରେ ଗାଡିକୁ ଖାଲି ଡ୍ରାଇଭର ନେଇକି ଯାଉଥିଲେ ନା ସାଂସଦ ମଧ୍ୟ ସେଥିରେ ଉପସ୍ଥିତ ଥିଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।