ରାଜଧାନୀରେ ଖୋଲିଲା ସ୍କୁଲ : କ୍ୟାପିଟାଲ ହାଇସ୍କୁଲରେ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଉତ୍ସାହ

170

କନକ ବ୍ୟୁରୋ : ରାଜଧାନୀରେ ଖୋଲିଲା ସ୍କୁଲ । ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ଅସହ୍ୟ ଗୁଳୁଗୁଳି ପାଇଁ ସ୍କୁଲ ପଡ଼ିଆ ପରିବର୍ତ୍ତେ କ୍ଲାସରୁମରେ କରାଯାଇଛି ପ୍ରାର୍ଥନା । ଛାତ୍ରଛାତ୍ରୀଙ୍କ କହିବା କଥା ଏବେବି ଗୁଳୁଗୁଳି ଜାରି ରହିଛି ସ୍କୁଲ ସକାଳୁଆ ହେଲେ ଭଲ ହୁଅନ୍ତା ।

 ଅନ୍ୟପକ୍ଷରେ ଯେଉଁ ପିଲାମାନେ ଆସୁଛନ୍ତି ସେମାନେ ପାଣି ନେଇ ଆସୁଛନ୍ତି । ଅତି ସାନ ସାନ ପିଲାମାନେ ସ୍କୁଲରେ ଆସିବା ଟିକେ କଷ୍ଟକର ହେବ । କିନ୍ତୁ ସ୍କୁଲ ବନ୍ଦ ନହେବା ଭଲ ହେବ । ଏପଟେ ସିଲାବସ ନ ସାରିବାର ଭୟ ରହିଛି କିନ୍ତୁ ପୂର୍ବରୁ ଭରଚୁଆଲି ପିଲାମାନେ କ୍ଲାସ କରିଛନ୍ତି ବୋଲି କହିଛନ୍ତି ।

ସେପଟେ ପ୍ରଧାନଶିକ୍ଷକ କହିଛନ୍ତି ଖରା ଛୁଟିରେ ସ୍କୁଲରେ ରି କଁଷ୍ଟ୍ରକସନ କାମ ହୋଇଯାଇଛି । ଗୋଟିଏ କ୍ଲାସରେ ଆଗରୁ ଦୁଇଟି ଫ୍ୟାନ ଥିଲା ଏବେ ୬ ଟି ଲେଖାଏଁ ଫ୍ୟାନ କରି ଦିଆଯାଇଛି । ପାଣି ବ୍ୟବସ୍ଥା କରାଯାଇଛି ସେହିଭଳି ପାଣି ପାଇଁ ବ୍ରେକ ମଧ୍ୟ ସ୍ୱତନ୍ତ୍ର ଭାବେ ରହିଛି । କିଭଳି ପିଲାଙ୍କ ପାଠ ପଢା ସହ ସୁରକ୍ଷା ଦେଖିହେବ ସେନେଇ ଆଗୁଆ ପ୍ରସ୍ତୁତ ଅଛି ସ୍କୁଲ । ପ୍ରାଥମିକ ଚିକିତ୍ସା ସାଙ୍ଗକୁ ଓଆରଏସ ସଲ୍ୟୁସନ ବ୍ୟବସ୍ଥା ଥିବା ନେଇ ପ୍ରଧାନ ଶିକ୍ଷକ କହିଛନ୍ତି ।