ଏସବୁ ଦ୍ୱୀପକୁ ଯିଏ ଯିବ ବିପଦରେ ପଡ଼ିବ! କେଉଁଠି ଅଛନ୍ତି ବିଷାକ୍ତ ସାପ ତ ଆଉ କେଉଁଠି ଭୂତ । ଭାରତର ଏହି ଦ୍ୱୀପକୁ ଯିବାପାଇଁ ଦିଅନ୍ତି ନାହିଁ ଏଠାକାର ଅଧିବାସୀ

593

କନକ ବ୍ୟୁରୋ : ଦୁନିଆରେ ଅନେକଗୁଡ଼ିଏ ଦୀପପୁଞ୍ଜମାନ ରହିଛି । ଯାହାକି ବହୁତ ସୁନ୍ଦର । ଆଉ ଏଠାକର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପ୍ରକୃତିର ମନୋଲୋଭା ଦୃଶ୍ୟକୁ ପରିଦର୍ଶନ କରିବା ପାଇଁ ଭିଡ଼ ମଧ୍ୟ ଜମାଇଥାନ୍ତି । କିନ୍ତୁ ବିଶ୍ୱରେ ଏଭଳି କିଛି ଦୀପମାନ ରହିଛି ଯେଉଁଠି ପାଦେ ପାଦେ ବିପଦ ରହିଥିବା କୁହାଯାଏ । ତେବେ ଆସନ୍ତୁ ନଜର ପକାଇବା ବିଶ୍ୱର ଏଭଳି କିଛି ଦୀପପୁଞ୍ଜ ଉପରେ..

ବ୍ରାଜିଲର ଇଲହା ଦା କ୍ୱିମାଡ଼ା ଦ୍ୱୀପ । ଏହାର ଅନ୍ୟନାମ ହେଉଛି ସ୍ନେକ ଆଇଲ୍ୟାଣ୍ଡ । ତେବେ ନାଁରୁ ହିଁ ଜଣାପଡ଼ିଯାଉଛି କି, ଏହା କେତେ ବିପଜ୍ଜନକ । ଗୋଲଡେନ ଲାନ୍ସହେଡ ବିଶ୍ୱର ସବୁଠାରୁ ବିଷାକ୍ତ ସାପ । ଇଲହା ଦା କ୍ୱମାଡ଼ ଦ୍ୱୀପରେ ହଜାର ହଜାର ଗୋଲଡେନ ଲାନ୍ସହେଡ ସାପ ବାସ କରନ୍ତି । ତେବେ ଏହି ସାପର ଫୁକାରରେ ମଣିଷ ଦେହରୁ ମାଂସ ଖସିଯାଇଥାଏ । ଆଉ ଯିଏବି ଏଠାକୁ ଯାଇଛି କେବେ ବି ଜୀବନ ନେଇ ଫେରିନାହିଁ । ଏଣୁ ଏହି ଦ୍ୱୀପକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇଛି ବ୍ରାଜିଲର ନୌସେନା ।

ନେଦରଲ୍ୟାଣ୍ଡରେ ଅବସ୍ଥିତ ସାବା ଦ୍ୱୀପ ଦେଖିବାକୁ ବହୁତ ସୁନ୍ଦର । ଯେଉଁଥିପାଇଁ ଏଠାକୁ ଅଧିକାଂଶ ଲୋକ ବୁଲିବା ପାଇଁ ଆସିଥାନ୍ତି । କିନ୍ତୁ ଏଠାରେ ଅଧିକାଂଶ ସମୟରେ ସାମୁଦ୍ରିକ ଝଡ଼ ଆସିଥାଏ । ଯାହାଫଳରେ ଏହି ଦ୍ୱୀପର ଆଖପାଖ ଅନେକ ଅଂଚଳ ବୁଡ଼ି ଯାଇଛି । ୧୩ କିଲୋମିଟର ଉପରେ ବ୍ୟାପିଥିବା ସାବ ଦ୍ୱୀପ କିନ୍ତୁ ସୁନ୍ଦରତାରେ ସବୁବେଳେ ଉପରେ ରହିଥାଏ ।

ଫିଲିପାଇନ୍ସର ଲୁଜୋନ ଦ୍ୱୀପ । ସକ୍ରିୟ ଆଗ୍ନେୟଗିରି କାରଣରୁ ଏହାକୁ ବିପଦ ବୋଲି ମାନାଯାଏ । ଏଠାରେ ଥିବା ତାଲ ହ୍ରଦକୁ ଦେଖିବା ଲାଗି ପର୍ଯ୍ୟଟକମାନେ ଆସିଥାନ୍ତି । ତେବେ ଅଗ୍ନେୟଗିରି କେବେ ବିସ୍ଫୋରଣ ହେବ ତାହା ଜଣାନଥାଏ । ଏଣୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଗୁଆ ସଚେତନ କରାଯାଇଥାଏ ।

ପୋଭେଗଲିଆ ଆଇଲ୍ୟାଣ୍ଡ । ଯାହାକି ଇଟାଲୀରେ ଅବସ୍ଥିତ । ଏହାକୁ ମୃତ୍ୟୁର ଦ୍ୱୀପ ବୋଲି ମଧ୍ୟ କୁହାଯାଏ । ଶହ ଶହ ବର୍ଷ ପୂର୍ବେ ଲକ୍ଷେ ୬୦ ହଜାର ରୋଗୀଙ୍କୁ ଏଠାରେ ଜୀଅନ୍ତା ଜଳାଯାଇଥିଲା । ଏଣୁ ଏହାକୁ ଭୂତଙ୍କ ଦ୍ୱୀପ ବୋଲି କୁହାଯାଏ । ଯିଏ ଏଠାକୁ ଯାଇଛି ଜୀବନ୍ତ ଫେରିନାହିଁ ।

ଆଫ୍ରିକାର ରିୟୁନିୟନ ଦ୍ୱୀପ । ଆଫ୍ରିକାର ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ମଧ୍ୟରୁ ଏହା ଅନ୍ୟତମ । ସବୁବେଳେ ପ୍ରାୟତଃ ଏଠାରେ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ ସାର୍କ ରହିଥିବାରୁ ଏହାକୁ ବିପଦ ବୋଲି ମାନାଯାଏ । ଏଣୁ ଅଧା ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ନିଷେଧ ରହିଥାଏ । ସୁରକ୍ଷା ଦୃଷ୍ଟି କିଛି ପଦକ୍ଷେପ ମଧ୍ୟ ନିଆଯାଇଛି ।
ଭାରତର ନର୍ଥ ସେଂଟିନଲ ଆଇଲ୍ୟାଣ୍ଡ । ଏଠାକାର ସୁନ୍ଦର ପରିବେଶ ଯେତିକି ମନୋରମ ଏହାକୁ ସେତିକି ବିପଦ ବୋଲି ମଧ୍ୟ ମାନାଯାଏ । କାହିଁକି ନାଁ ଏଠାରେ ବାସ କରୁଥିବା ଅଧିବାସୀମାନେ ବାହାର ଲୋକଙ୍କ ପ୍ରବେଶ କରେଇ ଦେଇନଥାନ୍ତି । ଯେଉଁଥିପାଇଁ ଅନେକ ସମୟରେ ପର୍ଯ୍ୟଟକମାନେ ଯିବାକୁ ଡରିଥାନ୍ତି ।