ଗୋଟିଏ ଧାଡ଼ିରେ ଠିଆ କରି ୨୦ଜଣଙ୍କୁ କରିଥିଲେ ଗୁଳି । ଫୁଲନ୍ ଦେବୀଙ୍କ ପ୍ରତିଶୋଧର ଶେଷ ରାତ୍ରି । ୪୨ବର୍ଷ ପରେ ଆଖି ବୁଜିଲେ ଶେଷ ସାକ୍ଷୀ

370

କନକ ବ୍ୟୁରୋ : ଫୁଲନ୍ ଦେବୀ ଏବଂ ବେହମାଇ ହତ୍ୟାକାଣ୍ଡ ଏହି ଦୁଇଟି କଥା ଯେତେବେଳେ ସାମ୍ନାକୁ ଆସେ, ଦେହ କମ୍ପି ଉଠେ । ଆଜି ବି ଯେତେବେଳେ ୪୨ ବର୍ଷତଳର ପୁରୁଣା ଘଟଣା ମନେ ପଡିଯାଏ । ମନ ଭିତରେ ଏକ ଅଜଣଅ ଭୟର କାୟା ମେଲିଯାଏ । ଫୁଲନ ଦେବୀ ଏମିତି ଏକ ନାଁ ଯାହା ସାରା ଦେଶକୁ ଦୋହଲାଇ ରଖି ଦେଇଥିଲା । ୪୨ ବର୍ଷ ତଳେ , ୨୦ଜଣଙ୍କୁ ଏକ ଲାଇନ୍ ରେ ଛିଡା କରି ଗୁଳି ଚଳାଇଥିଲେ ଫୁଲନ ଦେବୀ । ଏହି ହତ୍ୟା କାଣ୍ଡରେ ସଂମ୍ପୃକ୍ତ ଏକ ଚରିତ୍ର ଯାହାଙ୍କର ମୃତ୍ୟୁ ନିକଟରେ କାନପୁରରେ ଏକ ହସ୍ପିଟାଲରେ ହେବାର ଖବର ସେଦିନର ଘଟଣାକୁ ଆଉଥରେ ମନେ ପକାଇଦେଇଛି । ପ୍ରତିଶୋଧ ନିଆଁରେ ଜଳୁଥିବା ଚାମ୍ବଲ ଉପତ୍ୟକାର ଡକାୟତ ରାଣୀ ଫୁଲନ ଦେବୀ ଏବଂ ତାଙ୍କ ଗ୍ୟାଙ୍ଗ କିଭଳି ସେଦିନ ୨୦ଜଣଙ୍କୁ ଲାଇନରେ ଠିଆ କରି ମାରିଥିଲେ ସେ କଥା ଆଜି ବି ଭାବିଲେ ଦେହରେ ଶିହରଣ ଖେଳିଉଠେ । ଫୁଲନଙ୍କ ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ୮୫ ବର୍ଷୀୟ ପୋସା , ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ୍ରେକର୍ଡ ଅନୁଯାୟୀ ଏହି ହତ୍ୟାକାଣ୍ଡ ଘଟଣାରେ ୨୩ ଜଣ ଅଭିଯୁକ୍ତ ସାମିଲ ଥିଲେ । ଏଥିମଧ୍ୟରୁ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଫେରାର ଅଛନ୍ତି ଏବଂ ଦୁଇ ଡକାୟତ ଶ୍ୟାମ ବାବୁ ଏବଂ ବିଶ୍ୱନାଥ ଜାମିନରେ ଅଛନ୍ତି ।

ବୟସ ମାତ୍ର ୧୦ବର୍ଷ । ହେଲେ ଏତେ କମ୍ ବୟସରେ ପରିବାରକୁ ଅନେକ ନିର୍ଯାତନା ଦିଆଯାଉଥିବାର ବାରମ୍ବାର ସେ ଦେଖେ । ୧୯୬୩ ମସିହାରେ ଜନ୍ମିତ ଫୁଲନ ଦେବୀ , ମାତ୍ର ୧୧ ବର୍ଷ ବୟସରେ ଜଣେ ୩୦ବର୍ଷର ବ୍ୟକ୍ତି ସହ ତାଙ୍କର ବାହାଘର ହୋଇଯାଏ । ବିବାହ ପରେ ସ୍ୱାମୀ ପକ୍ଷରୁ ବାରମ୍ବାର ଶାରିରୀକ ନିର୍ଯାତନା ସହ୍ୟ କରିବାକୁ ପଡେ । ବାରମ୍ବାର ନିର୍ଯାତନା ସହ୍ୟ ନକରି ଶେଷରେ ଘରୁ ପଳାଇଥିଲେ ଫୁଲନ ଦେବୀ । ଏଇଠୁ ଆରମ୍ଭ ହୁଏ ତାଙ୍କ ଜୀବନର ସଂଘର୍ଷର କାହାଣୀ । ଶାଶୁ ଘର ଛାଡିବା ପରେ ମାତ୍ର ୧୬ ବର୍ଷ ବୟସରେ କିଛି ଡକାୟତ ତାଙ୍କୁ ଅପହରଣ କରିନେଇ ଗ୍ୟାଙ୍ଗ ରେପ୍ କରିବା ସହ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ସେଦିନର ସେ ଘଟଣା ତାଙ୍କ ହୃଦୟ ଓ ମନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ବହୁ ଚେଷ୍ଟା ପରେ ନ୍ୟାୟ ପାଇ ନଥିଲେ ଫୁଲନ ଦେବୀ । ନା ବଞ୍ଚିବାକୁ ଇଚ୍ଛା ଥଅଏ ନା ମରିବାକୁ ପାଖରେ ସାହାସ ଥାଏ । ବାରମ୍ବାର ନିର୍ଯାତନା , ଅସାମାଜିକ ଲୋକଙ୍କ ଗଣ ଦୁଷ୍କର୍ମ ପରେ ସେ ଖୋଲାଖୋଲି ଭଅବେ ସରକାରଙ୍କ ବିରୋଧରେ ବିଦ୍ରୋହ କଲେ ଏବଂ ନିଜର ପ୍ରତିଶୋଧ ନେବାକୁ ସ୍ଥିର କଲେ । ପରବର୍ତ୍ତୀ ସମୟରେ ଦଳିତ ସମାଜର ମସିହା ଭାବେ ଉଭା ହୋଇଥିଲେ ଫୁଲନ୍ ଦେବୀ । ଦସ୍୍ୟୁ ସୁନ୍ଦରୀ ନାମରେ ପରିଚିତ ଫୁଲନ ଦେବୀ ଏହି ନାଁ ଗୋଟିଏ ସମୟରେ ଥିଲା ଭୟ ଓ ଆତଙ୍କର ଦ୍ୱିତୀୟ ନାମ । ବାପ ଘର ଓ ଶାଶୁଘର ଛାଡିବା ପରେ ଫୁଲନ ଚମ୍ବରଲ ଏକ ଡାକୁ ଗ୍ୟାଙ୍ଗରେ ସାମିଲ ହୋଇଥିଲେ । ଏହାପରେ ବିକ୍ରମ ମଲ୍ଲିକଙ୍କ ସହ ଫୁଲନଙ୍କ ବନ୍ଧୁତା ଗଢି ଉଠିଥିଲା । ଏଇଠି ସରିନଥିଲା ଫୁଲନଙ୍କ ସଂଘର୍ଷ । ଜେଲରୁ ଖସି ଆସିଥିବା ଦୁଇ ଭାଇ ଶ୍ରୀ ରାମ ଓ ଲାଲା ରାମ ଚାମ୍ବଲରେ ପହଂଚି ବିକ୍ରମ ମଲ୍ଲିକଙ୍କୁ ହତ୍ୟା କରି ତାଙ୍କୁ କିଡନାପ୍ କରି ୟୁପିର ବେହମାଇ ଗାଁରେ ରଖି ଦୀର୍ଘ ଦିନ ଧରି ତାଙ୍କୁ ଗ୍ୟାଙ୍ଗ ରେପ୍ କରାଯାଇଥିଲା । ମାତ୍ର ଏହାପରେ ଚତୁରତାର ସହ ସେହି ସ୍ଥାନରୁ ଖସି ଆସନ୍ତି ଫୁଲନ୍ । ଏବଂ ନିଜ ସହ ହୋଇଥିବା ଅପରାଧର ପ୍ରତିଶୋଧ ନେବା ପାଇଁ ସେ ନିଜର ଏକ ଗ୍ୟାଙ୍ଗ ଗଠନ କରିଥିଲେ ।

୧୯୮୧ ଫେବୃଆରୀ ୧୪ତାରିଖ, ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ନିଜ ଗ୍ୟାଙ୍ଗ ସହ ୨୦ଜଣ ସଦସ୍ୟ ମାନଙ୍କୁ ଚିଡା କରି ଆଖିବୁଜା ଗୁଳି ମାରିଥିଲେ ଫୁଲନ୍ । ଏହି ଘଟଣା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲେ ଫୁଲନ୍ । ଏହାସହ ବନ୍ଦିତ କୁଇନ୍ ଭାବେ ବେଶ୍ ଜଣାଶୁଣା ହେଲେ ଫୁଲନ୍ । ୧୯୮୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କ ନିକଟରେ ଆତ୍ମସର୍ମପଣ କରିଥିଲେ ଫୁଲନ୍ । ଆତ୍ମସମର୍ପଣ ସମୟରେ ଫୁଲନଙ୍କୁ ଦେଖିବା ପାଇଁ ହଜାର ହଜାର ସଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ୨୨ଜଣଙ୍କ ହତ୍ୟାର ଆରୋପ, ୩୦ଟି ଡକାୟତି, ୧୮ଟି କିଡନାପିଂ ମାମଲାରେ ସମ୍ପୃକ୍ତି ନେଇ ଫୁଲନଙ୍କୁୁ ୧୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିଥିଲା । ୧୧ବର୍ଷର ଦଣ୍ଡ ଭୋଗିବା ପରେ ସମସ୍ତ କେସରୁ ମୁକୁଳିଯାନ୍ତି ଫୁଲନ ଦେବୀ । ଜେଲରୁ ମୁକୁଳିବା ପରେ ରାଜନୀତିରେ ପାଦ ଥାପନ୍ତି ସେ ।

୧୯୯୬ ଲୋକସଭା ନିର୍ବାଚନରେ ମିର୍ଜାପୁରରୁ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢନ୍ତି ଫୁଲନ ଦେବୀ ଏହାସହ ବିଜୟ ମଧ୍ୟ ହାସଲ କରନ୍ତି । ପଛୁଆ ଜାତିର ସ୍ୱର ବନି ଛିଡା ହୋଇଥିଲେ ଫୁଲନ୍ । ପରେ ୨୫ ଜୁଲାଇ ୨୦୦୧ରେ ଶେର ସିଂ ରାଣା ନାମକ ଜଣେ ଦୁବୁର୍ତ୍ତ ତାଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ବାହାରେ ଗୁଳି କରି ହତ୍ୟା କରିଦେଇଥିଲେ । ପରବର୍ତ୍ତୀ ସମୟରେ ବଲିଓଡ୍ର ଜଣେ ପ୍ରସିଦ୍ଧ ନିର୍ଦ୍ଦେସକ ଶେଖର କାପୁର ୧୯୯୪ ମସିହାରେ ଫୁଲନ୍ ଦେବୀଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ କରିଥିଲେ । ଏହାବ୍ୟାତୀତ ପ୍ରସିଦ୍ଧ ଲେଖିକ ମାଲା ଶେନ୍ ଫୁଲନ୍ ଦେବୀଙ୍କ ଜୀବନୀ ଉପରେ ଆଧାରିତ ବନ୍ଦିତ କୁଇନ୍- ଦ ଟ୍ରୁ ଷ୍ଟୋରୀ ପୁସ୍ତକ ରଚନା ମଧ୍ୟ କରିଥିଲେ । ଫିଲ୍ମଟିକୁ ବେଷ୍ଟ ଫିଚର ଫିଲ୍ମର ଆୱାର୍ଡ ମିଳିବା ସହ ନେସନାଲଫିଲ୍ମର ଆୱାର୍ଡ ମଧ୍ୟ ମିଳିଥିଲା ।