ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ ଘଟଣା : ଡାକ୍ତରଖାନାରେ ସର୍ବେଶ୍ୱରଙ୍କ ମୃତ୍ୟୁ; ଗୁରୁତର ହୋଇ ଚିକିତ୍ସା ପାଇଁ ହୋଇଥିଲେ ଭର୍ତ୍ତି

198

କନକ ବୁରୋ : ଭୁବନେଶ୍ୱର ସାଇ କୃପା ଡି-ଆଡିକସନ ସେଣ୍ଟଣ୍ଟରରେ ମାଡ଼ ଖାଇ ଗୁରୁତର ହୋଇଥିବା ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଞ୍ଚେଶ୍ୱର ଥାନା ଅଧୀନସ୍ଥ ସାଇ କୃପା ନିଶା ନିବାରଣ କେନ୍ଦ୍ରରେ ସର୍ବେଶ୍ୱରଙ୍କୁ ମାଡ଼ ପରେ ସେ ଗୁରୁତର ହୋଇପଡ଼ିଥିଲେ । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି  ।