ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା !

21

କନକ ବ୍ୟୁରୋ : ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦେଲ ଇସ୍ତଫା । ପରେ ପରେ ଏହିପରି ୯ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି । ଅପରାହ୍ଣ ୪ଟା ସୁଦ୍ଧା ପ୍ରାୟ ୧୦ଜଣ ମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫୋନ ଯାଇଛି । ବିଶେଷକରି ଅଧିକାଂଶ ଯୁୁବମନ୍ତ୍ରୀ ଏହି ତାଲିକାରେ ଅଛନ୍ତି ।

ଫୋ^Kଲ ପାଇବା ପରେ ଏହି ମନ୍ତ୍ରୀମାନେ ସେମାନଙ୍କ ପୂର୍ବର ଥାଟପାଟ ଏବେ ଛାଡ଼ି ସାରିଲେଣି । ଅପରପକ୍ଷେ ଆଜି ସକାଳ ସାଢ଼େ ୧୦ଟା ବେଳେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଜେଡି ମୁଖପାତ୍ର ପ୍ରତାପ ଦେବ ନବୀନନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆଜି ସକାଳୁ ପ୍ରଥମ ଫୋନ କଲ ପାଇଥିଲେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା । ତାପରେ ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ମଧ୍ୟ ଇସ୍ତଫା ଦେବା ପାଇଁ ଫୋନ୍ କଲ ପାଇଥିବା ଜଣାପଡ଼ିଛି ।