ବଲିଉଡର କିଛି ନାମିଦାମୀ ତାରକାଙ୍କ ସହ ରହିଛି ଦବଙ୍ଗ ଖାନଙ୍କ ଶତ୍ରୁତା! ଦେଖିଲେ ଚିହିଙ୍କି ଉଠନ୍ତିି ସଲମାନ

34

ଦବଙ୍ଗ ଖାନ ସଲମାନ ଖାନଙ୍କ ବିଷୟରେ ସବୁବେଳେ ଏକ କଥା କୁହାଯାଏ କି – ସେ ମିତ୍ରର ମିତ୍ର ଓ ଶତ୍ରୁର ଶତ୍ରୁ । ଯାହା ଉପରେ ସଲମାନ ଖାନ ଦୟା ଦେଖାନ୍ତି ତା’ର ଭାଗ୍ୟ ଖୋଲିଯାଏ, କିନ୍ତୁ ତାଙ୍କ ସହ ଝଗଡା କରିବା ଲୋକ ବଲିଉଡରେ ତିଷ୍ଠି ରହିବା ମୁସ୍କିଲ ହୋଇଯାଏ । କିନ୍ତୁ ସିନେ ଜଗତରେ ଏମିତି କିଛି ତାରକା ଅଛନ୍ତି, ଯାହାଙ୍କୁ ସଲମାନ ଖାନ ବିଲକୁଲ ପସନ୍ଦ କରନ୍ତି ନାହିଁ ।

ସଞ୍ଜୟ ଲୀଲା ଭନସାଲୀ-
ସଲାମାନ ଖାନ ସଞ୍ଜୟ ଲୀଲା ଭନସାଲୀଙ୍କ ‘ଖାମୋସୀ’, ‘ହମ ଦିଲ ଦେ ଚେୁକେ ସନମ’ ପରି ହିଟ ସିନେମାରେ କାମ କରିବା ପରେ ମଧ୍ୟ ଏପରି ସମୟ ଆସିଲା ଯେତେବେଳେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଗଲା । ଯାହା ଶୁଣାଯାଏ ଆଜି ପର୍ଯ୍ୟନ୍ତ ଉଭୟେ ଉଭୟଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ । ସଲମାନ ଓ ଭନସାଲୀଙ୍କ ମଧ୍ୟରେ ତିକ୍ତତା ଏତେ ବଢି ଯାଇଛି, ଯେ ସଲମାନ ଖାନ ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ‘ଗୁଜାରିସ’କୁ ନେଇ ଅନେକ କଥା ଶୁଣାଇଥିଲେ ।

ବିବେକ ଓବରୟ-
ବିବେକ ଓବରୟଙ୍କୁ ସଲଲାନ ଖାନଙ୍କ ସବୁଠାରୁ ବଡ ଶତୁ କୁଯାହାଏ । ଏହି ଶତ୍ରୁତା ସେବେଠାରୁ ଆରମ୍ଭ ହୋଇଛି ଯେବେ ସଲମାନ ଖାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା । ଏବଂ ଉଭୟଙ୍କ ମଧ୍ୟରେ ବିବେକ ଆସି ଏପରି କାରନାମା କରଥିଲେ ଯେ ସଲମାନ ଖାନଙ୍କ ବହୁତ ବଦନାମୀ ହୋଇଯାଇଥିଲା । ସେବେ ଠାରୁ ହିଁ ଉଭୟଙ୍କ ମଧ୍ୟରେ ବିଲକୁଲ ପଡେ ନାହିଁ ।

ଅର୍ଜୁନ କପୁର-
ସଲମାନ ଖାନଙ୍କ ଶତ୍ରୁଙ୍କ ତାଲିକାରେ ଏବେ ଯେଉଁ ନୂଆ ନାମ ଯୋଡି ହୋଇଯାଇଛି ସେ ଆଉ କେହି ନୁହିଁ, ସେ ହଲେ ଏବେର ଲୋକପ୍ରିୟ ଅଭିନେତା ଅର୍ଜୁନ କପୁର । ଅର୍ଜୁନ କପୁରଙ୍କ ନାମ ସଲମାନ ଖାନଙ୍କ ଭାଉଜ ମଲାଇକା ଅରୋରଙ୍କ ସହ ଯୋଡା ଯାଉଛି । ଉଭୟଙ୍କୁୁ ଏକାଠି ଅନେକ ଜାଗାରେ ଦେଖବାକ ମଧ୍ୟ ମିଳୁଛି । ଅର୍ଜୁନଙ୍କ ଏପରି ବ୍ୟବହାରରେ ସଲମାନ ତାଙ୍କ ଉପରେ ଖପ୍ପା ହୋଇ ଯାଇଛନ୍ତି ।

କୋରିଓଗ୍ରାଫର ସରୋଜ ଖାନ-

ଅନେକ ଲୋକ ଜାଣି ନଥିବେ ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନଙ୍କ ସହ ମଧ୍ୟ ସଲମାନ ଖାନଙ୍କର ଭଲ ପଡେନାହିଁ । ଉଭୟଙ୍କ ମଧ୍ୟରେ ଫାଟ ସେବେ ଠାରୁ ସୃଷ୍ଟି ହୋଇଛି ଯେବେ ସଲମାନ ଏତେ ବଡ ତାରକା ନଥିଲେ । ‘ଅନ୍ଦାଜ ଅପନା ଅପନା’ ସିନେମାର କାମ କରୁଥିବା ସମୟରେ ସରୋଜ ଖାନ ଉକ୍ତ ସିନେମାର ଗୀତର କୋରିଓଗ୍ରାଫି କରୁଥିଲେ । ସଲମାନଙ୍କୁ ଲାଗୁଥିଲା ସରୋଜ ଖାନ ତାଙ୍କୁ ଭଲ ଡ୍ୟାନ୍ସ ଷ୍ଟେପ ଦେଉନାଆନ୍ତି, ସେବେ ଠାରୁ ହିଁ ଉଭୟଙ୍କ ମଧ୍ୟରେ ଏହି ତିକ୍ତତା ସୃଷ୍ଟି ହୋଇଛି ।