ରାଷ୍ଟ୍ରପତି ପୁଟିନଙ୍କୁ ନିଷ୍ପତିକୁ ବିରୋଧ କରି ଦେଶ ଛାଡୁଛନ୍ତି ରୁଷବାସୀ । ବିମାନବନ୍ଦରଠୁ ୨୦କିଲୋମିଟର ଦୂର ଯାଏଁ ଲମ୍ବିଛି ଭିଡ

140

କନକ ବ୍ୟୁରୋ : ଯୁଦ୍ଧକୁ ବିରୋଧ କରି ଦେଶ ଛାଡୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟକ ରୁଷିଆବାସୀ । ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବା ସହ ଆଗକୁ ଏହାକୁ ଅଧିକ ତ୍ରୀବ କରିବା ପାଇଁ ମନସ୍ଥ କରିସାରିଛନ୍ତି ରାଷ୍ଟ୍ରପତି । ଏଥିସହ ୩ଲକ୍ଷ ସେନା ମୃତୟନ କରିବା ସହ ଯୁଦ୍ଧକୁ ଜୋରଦାର କରିବାରେ ଲାଗିପଡିଛି କ୍ରେମଲିନ । ସେପଟେ ପୁଟିନଙ୍କ ନିଷ୍ପତିକୁ ବିରୋଧ କରି ଦେଶ ଛାଡୁଛନ୍ତି ଲକ୍ଷ ଦେଶବାସୀ ।

ରୁଷ-ଜର୍ଜିଆ ବର୍ଡରରେ ୨୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଟ୍ରାଫିକ ଜାମକୁ ନେଇ ମେକସାର ଟେକ୍ନୋଲୋଜି ସାଟେଲାଇଟ ଫଟୋ ଜାରି କରିଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ୨୦କିଲୋମିଟ ଧରି ଏହି ଭିଡ ରହିବା ସହ ଲୋକଙ୍କୁ ବିମାନବନ୍ଦରରେ ପହଁଚିବା ପାଇଁ ୪୦ରୁ ୫୦ଘଂଟାର ସମୟ ଲାଗୁଛି । ଚର୍ଚ୍ଚା ହେଉଛି ଦେଶ ଯୁବକକଙ୍କୁ ସେନାରେ ଭର୍ତି କରି ୟୁକ୍ରେନ ବିରୋଧୀ ଯୁଦ୍ଧରେ ସାମିଲ କରିବାକୁ ଚାହୁଁଛନ୍ତି ପୁଟିନ । ସେଥିପାଇଁ ପ୍ରାୟ ଅଢେଇ ଲକ୍ଷ ପୁରୁଷ ରୁଷିଆ ଛାଡିସାରିଲେଣି ।

ସେପଟେ ରୁଷ ସରକାରଙ୍କୁ ବିରୋଧ କରି ପ୍ରାୟ ୮ଲକ୍ଷ ଲୋକ ଫିନଲ୍ୟାଣ୍ଡରେ ଶରଣ ନେଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଅନ୍ୟପଟେ ସେଠାକାରବାସୀଙ୍କୁ ଏକଥାର ଭୟ ମଧ୍ୟ ଘାରିଛି କି ଦେଶର ବିଭିନ୍ନ ସୀମା କୌଣସି ମୁହୁର୍ତରେ ବନ୍ଦ ହୋଇପାରେ । ଏହି ଖବର ପ୍ରଚାର ହେବା ପରେ ବିମାନର ଖଣ୍ଡିଏ ଟିକେଟ ଦାମ ଏବେ ୧୭ରୁ ୨୧ଲକ୍ଷ ହୋଇଛି । ତେଣୁ ଦେଶ ଛାଡି ଲକ୍ଷଲକ୍ଷ ସଂଖ୍ୟକ ଲୋକ ଅନ୍ୟତ୍ର ଚାଲି ଯାଉଛନ୍ତି ।