ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ସେକେଣ୍ଡ ରାଉଣ୍ଡ ରେଡ । ୮ରାଜ୍ୟରେ ଏନଆଇଏ ଓ ଇଡିର ମିଳିିତ ଚଢାଉ

79

କନକ ବ୍ୟୁରୋ: ପିଏଫଆଇ ଉପରେ ପୁଣି ଏନଆଇଏ ଓ ଇଡିର ସର୍ଜିକାଲ ଷ୍ଟ୍ରାଇକ । ୮ଟି ରାଜ୍ୟରେ ମଙ୍ଗଳବାର ପୁଣି ରେଡ କରିବା ସହ ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ବିଶେଷ କରି କର୍ଣ୍ଣାଟକ,କେରଳ ଓ ଆସାମାରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଶହ ଶହ ସଦସ୍ୟଙ୍କୁ ଗିରଫ କରାଯାଇଛି । ସଂଗଠନ ବିଭିନ୍ନ ଅପରାଧିକ ମାମଲା ସହ ଟେରର ଫଣ୍ଡିଂରେ ଜଡିତ ଥିବା ଅଭିଯୋଗ ଆସିବା ପରେ ଏହି ରେଡ କରାଯାଉଛି ।

ସେପଟେ କେରଳରୁ ଗିରଫ କିଛି ପିଏଫଆଇ ସଦସ୍ୟଙ୍କୁ ଜେରା ସମୟରେ ଚାଂଚଲ୍ୟକର ଖୁଲାସା ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଟଣା ରାଲିକୁ ପିଏଫଏ ଟାର୍ଗେଟ କରିଥିଲା ସତ କିନ୍ତୁ ସେମାନଙ୍କ ଯୋଜନା ପଣ୍ଡ ହୋଇଥିଲା । ଗତ ସପ୍ତାହରେ ପ୍ରଥମ ରାଉଣ୍ଡରେ ହୋଇଥିବା ଚଢାଉରେ ୨୦୦ରୁ ଅଧିକ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯିବା ସହ ୧୫ରାଜ୍ୟରେ ରେଡ କରିଥିଲା ଏନଆଇଏ ଓ ଇଡି । ସେପ୍ଟେମ୍ବର ୨୨ରେ ସାରା ଦେଶରେ ପିଏଫଆଇ ବିରୋଧଧରେ କାର୍ଯ୍ୟାନୁଷ୍ଠାନରେ ଏନଆଇଏ ୟୁଏପିଏ ଅଧିନରେ ୫ଟି ଏଫଆଇଆର ରୁଜୁ କରିଛି ।

ସ୍ଥିତିକୁ ଦୃଷ୍ଟିରେ ରଖି ଜାମିଆ ବିଶ୍ୱବିଦ୍ୟାଳୟ, ସାହିନବାଗ ପରି ସମ୍ବେଦନଶୀଳ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତର କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ପ୍ରୋଟୋକଲ ନଭାଙ୍ଗିବାକୁ କଡ଼ା ଚେତାବନୀ ଦିଆଯାଇଛି ।