ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଜରୁରୀକାଳୀନ ସ୍ଥିତି । ଚନ୍ଦ୍ର ପଷ୍ଠରେ ଅବତରଣ ନେଇ ଆଶଙ୍କା

1,220

କନକ ବ୍ୟୁରୋ: ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲୁନା-୨୫ ଅଟୋମେଟିକ୍ ଅନବୋର୍ଡ କମ୍ପ୍ୟୁଟରରେ ଜରୁରୀକାଳୀନ ସ୍ଥିତି ଦେଖାଦେଇଛି ବୋଲି ଋଷ ମହାକାଶ ଏଜେନ୍ସି ‘ରସକସମସ୍’ ପକ୍ଷରୁ କୁହାଯାଇଛି ।

ରସକସମସ୍ ସୂଚନା ମୁତାବକ, ଲ୍ୟାଣ୍ଡର ‘ପ୍ରୋବ୍‌’କୁ ପ୍ରାକ୍‌ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ‘ଥ୍ରଷ୍ଟ୍‌’କୁ ରିଲିଜ୍‌ କରାଯାଇଥିଲା। ଏଭଳି କରାଯିବା ବେରଳେ ‘ଅଟୋମେଟିକ୍‌ ଷ୍ଟେସନ୍‌’ର ବୋଯର୍ଡରେ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରାଯାଇ ପାରିଲା ନାହିଁ।

କିନ୍ତୁ, ଉପରୋକ୍ତ ଅସୁବିଧା ଯୋଗୁଁ ‘ଲୁନା-୨୫’ର ଚନ୍ଦ୍ରାବତରଣରେ ବିଳମ୍ବ ହେବ କି, ନାହିଁ, ସେ ବିଷୟରେ ରସକସମସ୍ କିଛି କହିନାହିଁ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ସୋମବାର ଦିନ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ‘ବୋଗସ୍‌ଲସ୍କାଏ’ ନିକଟରେ ଏହା ଅବତରଣ କରିବା କଥା।

ତେବେ ଏଭଳି ଅଭିଯାନ ବିପଜ୍ଜନକ ବୋଲି ଜୁନ୍‌ ମାସରେ ରସକସମସ୍ ମୁଖ୍ୟ ୟୁରି ବୋରିସୋଭ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କହିଥିଲେ। ଏହାର ସଫଳତାର ସମ୍ଭାବନା ପ୍ରାୟ ୭୦% ବୋଲି ବି ସେ ସୂଚନା ଦେଇଥିଲେ।