ବରଫ ଚାଦରରେ ଘୋଡେଇ ହୋଇଛି ଋଷିଆ ! ଅଭ୍ୟନ୍ତରୀଣ ସାଇବେରିରେ ତାପାମାତ୍ରା ମାଇନସ୍ ୬୭ ଡିଗ୍ରୀ, ଆଖିପତାରେ ବି ଜମିଯାଉଛି ବରଫ

41

କନକ ବ୍ୟୁରୋ : ବରଫ ଚାଦରରେ ଋଷିଆ । ସମସ୍ତ ରେକର୍ଡକୁ ଭାଙ୍ଗିଛି ଋଷିଆର ତାପମାତ୍ରା । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଋଷିଆର ଅଭ୍ୟନ୍ତରୀଣ ସାଇବେରିଆର ୟକୁତିଆରେ ଏବେ ତାପାମତ୍ରା ମାଇନସ୍ ୬୭ଡିଗ୍ରୀ ରେକର୍ଡ କରାଯାଇଛି । ଏଠାରେ ଆମେ ୪ରୁ ୫ଡିଗ୍ରୀ ତାପମାତ୍ରାରେ ଜୀବନ ଦୁର୍ବିସହ ବୋଲି କହୁଥିବା ବେଳେ ଋଷିଆବାସୀଙ୍କ ଜୀବନଯାତ୍ରା କିପରି ଚାଲିଥିବା ତାହା ଅନୁମେୟ । ସାଇବେରିଆର ଅଭ୍ୟନ୍ତରୀଣ ଅଂଚଳରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ସାଧାରଣତଃ ଡିସେମ୍ବର ଓ ଜାନୁଆରୀରେ ଏଠାରେ ସୂର୍ଯ୍ୟ କିରଣ ଖୁବ୍ କମ୍ ସମୟ ପାଇଁ ପଡିଥାଏ ତେବେ ଚଳିତ ଏକ ମାସ ମଧ୍ୟରେ ଏଠାରେ ମାତ୍ର ୭ମିନିଟ୍ ପାଇଁ ସୂର୍ଯ୍ୟକିରଣ ପଡିଛି ।

ଗତ ୨୦୦୦ ଡିସେମ୍ବରରେ ମଧ୍ୟ ଏପରି ଅନ୍ଧକାରରେ ବିତାଇଥିଲେ ସାଇବେରିଆବାସୀ । ମସ୍କୋଠାରୁ ପ୍ରାୟ ୩ହଜାର ୩ଶହ ମାଇଲ ଦୂର ୟକୁତିୟାରେ ସାଧାରଣତଃ ମାଇନଓ ୪୦ଡିଗ୍ରୀରେ ମଧ୍ୟ ସ୍କୁଲ କଲେଜ ଖୋଲାଥାଏ । ଏବେ କିନ୍ତୁ ମାଇନସ ପିଲାଙ୍କୁ ଘରୁ ବାହାରକୁ ନଛାଡିବା ପାଇଁ ପୁଲିସ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛି । ମାଇନସ ୬୭ଡିଗ୍ରୀ ତାପମାନ ଯୋଗୁଁ ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଛି । ଏପରିକି ସମୁଦ୍ରର ଢେଉ ମଧ୍ୟ ବରଫରେ ଜମିଯାଇଛି । ଋଷିଆର ଓମ୍ୟାକୋନ ଅଂଚଳରେ ତାପମାତ୍ରା ମାଇନଓ ୬୨ଡିଗ୍ରୀ ରେକର୍ଡ କରାଯାଇଛି । ଏଠାରେ ଶୀତ ଦିନରେ ପାରା ପ୍ରାୟ ମାଇନଓ ୫୦ପାଖାପାଖି ରୁହେ । ପ୍ରବଳ ଜାଡରେ ମଧ୍ୟ ଏଠାରେ ପ୍ରାୟ ୫ଶହ ଲୋକ ବାସ କରନ୍ତି ।