ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ, ସେପଟେ ପଶ୍ଚିମଦେଶମାନଙ୍କଠୁ ଅଧିକ ଅସ୍ତ୍ରଶସ୍ତ୍ର ସହଯୋଗ ମାଗିଲା ୟୁକ୍ରେନ

156

କନକ ବ୍ୟୁରୋ : ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ଡିନ୍ପ୍ରୋରେ ରୁଷ ବଡ ଧରଣର ମିସାଇଲ ଆକ୍ରମଣ ପରେ ୩୦ରୁ ଅଧିକ ଲୋକ ନିଖୋଜ ଥିବା ୟୁକ୍ରେନ ଦାବି କରିଛି । ସୋମବାର ଆକ୍ରମଣରେ ୪୧ଜଣ ମୃତ୍ୟୁ ହୋଇଛି । ୟୁକ୍ରେନ ଏଭଳି ସମୟରେ ପଶ୍ଚିମ ଦେଶମାନଙ୍କୁ ହତିଆର ସହଯୋଗ ପାଇଁ ଅପିଲ କରିଛି । ଯଥାଶିଘ୍ର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ୟୁକ୍ରେନ ଅନୁରୋଧ କରିଛି । ୟୁକ୍ରେନ ସେନା ଜେନରାଲ ଷ୍ଟାଫ କହିଛନ୍ତି ଯେ ରୁଷ ଏବେ ସହର ଛାଡି ଗାଁ ଆଡକୁ ମାଡୁଛି । ୨୫ଟି ଗାଁକୁ ଟାର୍ଗେଟ କରି ଏହାକୁ କ୍ଷତିଗ୍ରସ୍ତ କରିଛି ।  ୩୦ରୁ ଅଧିକ ବସ୍ତି ଇଲାକକୁ ଟାର୍ଗେଟ କରି ଗୁଳିମାଡ କରୁଛି କ୍ରେମଲିନ୍ । ସେପଟେ ସହର ଗୁଡିକରେ ମିସାଇଲ ଓ ତୋପରେ ମାଡ କରୁଛି । ୟୁକ୍ରେନର ଅପିଲ ପରେ ବିଟ୍ରେନ ତୁରନ୍ତ ହତିଆର ପଠାଇବା ଆରମ୍ଭ କରିଛି ।