ସରକାରୀ ଦଳ ହୋହଲ୍ଲା କରି ଗୃହକୁ ଅଚଳ କରିବା ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ବିପଦ : ନରସିଂହ ମିଶ୍ର

61

କନକ ବ୍ୟୁରୋ : ନବ ଦାସ ହତ୍ୟା ପ୍ରସଙ୍ଗ ଓ ଗୋବିନ୍ଦ ସାହୁ ପ୍ରସଙ୍ଗକୁ ଆଲୋଚନା କରିବାକୁ ଡ଼ରୁଛନ୍ତି ରାଜ୍ୟ ସରକାର । ସରକାରୀ ଦଳ ହୋହଲ୍ଲା କରି ଗୃହକୁ ଅଚଳ କରିବା ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ବିପଦ । ବିରୋଧୀଙ୍କୁ କୁହାଇଦେଲେ ନାହିଁ । ଏପରିକି ଏହି ପ୍ରସଙ୍ଗ ରେ ପ୍ରଶ୍ନ କଲେ ସ୍ପଷ୍ଟ ଉତ୍ତର ଦେଉନାହାନ୍ତି । ରାଜ୍ୟସରକାର ଉତ୍ତର ପ୍ରଦେଶ ଖେରୀର ଉଦାହରଣ ଦେଇ ପରମ୍ପରା ନାଁରେ ଖସିବାକୁ ଚେଷ୍ଟା କରୁଛନ୍ତି । ନବ ଦାସ ହତ୍ୟା ଘଟଣାରେ ସରକାର ଯେଉଁ ଉତ୍ତର ରଖିଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି କାର୍ଯ୍ୟ ଠିକ ଭାବେ ଚାଲୁନାହିଁ ।

ଗୃହରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖିଲା ବେଳେ କହିଲେ ତଦନ୍ତ କରି ସଂସ୍ଥା ପ୍ରତ୍ୟକ୍ଷଦର୍ଶୀକୁ ଜେରା କରାଯାଇଛି ଏବଂ ଷଡ଼ଯନ୍ତ୍ର ଦିଗକୁ ତଦନ୍ତ କରାଯାଉଛି । ଯଦି ଷଡଯନ୍ତ୍ର ଦିଗକୁ ତଦନ୍ତ କରୁଛନ୍ତି । କେଉଁମାନେ ସନ୍ଦେହ ଘେରକୁ ଆସିଛନ୍ତି ଟଙ୍କା ନାଁ କବିବାକୁ ଡ଼ରୁଛନ୍ତି କାହିଁକି । ବିରୋଧୀ ଦେଳ ପକ୍ଷରୁ ଯେଉଁ ନାଁ କୁହାଯାଉଛି । ସେହି ସନ୍ଦେହ ଅଧିକ ଘନୀଭୂତ ହେଉଛି । ମତାମାଟି ଭାବେ କହିବାକୁ ଗଲେ ରାଜ୍ୟସରକାର ବିଧାନସଭାକୁ ଡ଼ରୁଛନ୍ତି । ଗୋବିନ୍ଦ ସାହୁ ମାମଲାରେ ଗୋଟେ ପଟ ନ୍ୟାୟିକ ତଦନ୍ତ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲୁଛି ।

ଗତ ୧୦ ବର୍ଷ ମଧ୍ୟରେ ୨୨୫ଟି ମାମଲାର ତଦନ୍ତ ଭାର ଦିଆଯାଇଛି ସେଥି ମଧ୍ୟରୁ ୮୮ ଟି ଚାର୍ଜସିଟ ହୋଇଛି ୮୯ ମାମଲାରେ କିଛି ମିଳିନି ୨୦ ବର୍ଷ ହେଲା ତଦନ୍ତ ଚାଲିଛି । କ୍ରାଇମବ୍ରାଞ୍ଚ ଉପରେ ଭରଷା କେମିତି ଆସିବ ବୋଲି ପ୍ରଶ୍ନ ଉଠେଇଛନ୍ତି ନରସିଂହ । ସେହିପରି ପଟଣାଗଡ଼, ଟିଟିଲାଗଡ଼ ଏବଂ ଚିଟଫଣ୍ଡ ମାମଲାରେ ସିବିଆଇ କାର୍ୟ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ ଆଇଟି ଗଠନ କରି ତଦନ୍ତ କଲେ ଦୋଷୀ ଧରାପଡିବ ।