କୋକସରାରେ ବ୍ୟାଣ୍ଡପାର୍ଟି ଭ୍ୟାନ୍ ଦୁର୍ଘଟଣା, ଜଣେ ମୃତ । କିଛି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

186

କନକ ବ୍ୟୁରୋ : ବିବାହ ପ୍ରସେସନ ସାରି ଫେରୁଥିବା ବେଳେ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗସ୍ତ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ବାଜା କଳାକାର ଆହତ ହୋଇଛନ୍ତି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମାଁ ମେଲୋଡି ବ୍ୟାଣ୍ଡ ଗୋଲମୁଣ୍ଡା ବ୍ଲକକୁ ବିବାହ ପ୍ରସେସନ ପାଇଁ ଯାଇଥିଲା । ରାତିରେ ପ୍ରସେସନ ସାରି ଫେରୁଥିବା ବେଳେ ବଣ୍ଡାକୋଟରା ଛକ ନିକଟରେ ରାତି ପ୍ରାୟ ୩ ଟା ସମୟରେ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ପ୍ରଫୁଲ୍ଲ ବାଗଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟମାନେ ଆହତ ହୋଇଥିବା ସୂଚନା ରହିଛି ।