ରାୟଗଡାର ଝାଡାବାନ୍ତି ବ୍ୟାପିଥିବା ଅଂଚଳରେ ଆରଏମଆରସି ଟିମ୍

31

ରାୟଗଡା : ରାୟଗଡାର ଝାଡାବାନ୍ତି ବ୍ୟାପିଥିବା ଅଂଚଳରେ ଆରଏମଆରସି ଟିମ୍ । କଲ୍ୟାଣସିଂହପୁର ବ୍ଲକ ପଲମା ପଂଚାୟତରେ ତିନି ଜଣିଆ ଟିମ୍ ପହଂଚିଛନ୍ତି । ସେମାନେ ହେଲେ ଡାକ୍ତର ବିବି ପାଳ, ବି ଦ୍ୱିବେଦୀ ଓ ଡି ଭଟ୍ଟାଚାରୀ । ଏହି ଟିମ୍ ଦାନ୍ତଲିଙ୍ଗ ଗାଁର ଦୁଇ ଜଣ ରୋଗୀ ଘରକୁ ଯାଇ ଝାଡାବାନ୍ତି ବ୍ୟାପିବା ନେଇ ଆଲୋଚନା କରିଥିଲେ । ଏହା ସହ ଦୁଇ ରୋଗୀ ପୀତାମ୍ବର ଡୋରା ଓ ଜାମି ତାମନାଙ୍କ ମଳ ନମୂନା ସଂଗ୍ରହ କରିଛନ୍ତି । ପରେ ସେମାନେ ପିଡୁଆ ଗାଁ ଗସ୍ତ କରିଥିଲେ । ଏହି ଗାଁରେ ଝାଡାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଟିମ୍ ବିଭିନ୍ନ ନମୂନା ସଂଗ୍ରହ କରି ହଇଜାର ପ୍ରକୋପ ଆକଳନ କରିବା ସହ ପାଣି ନମୂନାରୁ ସଂକ୍ରମଣର ଉତ୍ସ ଠାବ କରିବେ । ଏନେଇ ପୂର୍ବରୁ ଆରଏମଆରସି ନିର୍ଦ୍ଦେଶକ ସୂଚନା ଦେଇଥିଲେ ।