ବିପଦ ସଂକୁଳ ଅବସ୍ଥାରେ ଭଦ୍ରକ ଓ ଯାଜପୁର ଜିଲ୍ଲାର ସଦର ମହୁକମାକୁ ଯୋଡୁଥିବା ବ୍ରାହ୍ମଣୀ ସେତୁ ! ଜୀବନକୁ ପାଣି ଛଡେଇ ଯାତାୟତ କରୁଛନ୍ତି ଲୋକେ

43

କନକ ବ୍ୟୁରୋ : ଦୀର୍ଘଦିନ ହେବ ହଲୁଛି ବ୍ରାହ୍ମଣୀ ସେତୁ । କେତେବେଳେ ଯେ ଭୁଷୁୁଡିବ ତାହା କହିହେବନି । ଜନଜୀବନ ଏଥିରେ ପ୍ରଭାବିତ ହେବାର ମଧ୍ୟ ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ । ଏଥିପାଇଁ ପ୍ରଶାଶନ ବି ବୋର୍ଡ ମାରିଛି । ଭାରିଯାନ ଚଳାଚଳ ନିଷେଦ୍ଧ ପାଇଁ ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି । କିନ୍ତୁ  ଯିିବା ଆସିବା କରିବା ପାଇଁ ଆଉ କିଛି ବିକଳ୍ପ ନାହିଁ ।

ଯାଜପୁର-ଭଦ୍ରକ ଜିଲ୍ଲାର ସଦର ମହାକୁମାକୁ ଯୋଡୁଥିବା ମୁଖ୍ୟ ରାସ୍ତା ଭାବେ ପରିଚିତ । ପୋଲ ଅବସ୍ଥା ଦେଖିଲେ ଯାତାୟତ ପାଇଁ ଯେ କେହି ବି ଭୟ କରିବେ । କେଉଁଠି ପୋଲର ବାଡ ଭାଙ୍ଗି ଯାଇଛି ତ ଅନ୍ୟ କେଉଁଠି ପୋଲରୁ ବାହାରି ପଡ଼ିଛି ଲୁହାଛଡ଼ । ୩୨ ବର୍ଷର ଏହି ପୁରୁଣା ପୋଲର ମରାମତି ଅଭାବରୁ ଏହା ଏବେ ବିପଦ ସଙ୍କୁଳ ଅବସ୍ଥା ପଡିରହିଛି । ପୋଲର ଅବସ୍ଥା ଦେଖି ଭାରି ଯାନ ନିଷେଦ୍ଧ ବୋଲି ପ୍ରଶାସନ ପକ୍ଷରୁ ଫଳକ ଲଗାଯାଇଛି  । ହେଲେ ତଥାପି ପୋଲ ଉପରେ ଯାତାୟତ କରୁଛି ଭାରିଜାନ । କାରଣ ଦୁଇଟି ଜିଲ୍ଲାର ସଦର ମହୁକମାକୁ ଗମନାଗମନ ପାଇଁ ବ୍ରାହ୍ମଣୀ ସେତୁ ଏକମାତ୍ର ବିକଳ୍ପ ।

ଅନ୍ୟପଟେ ଏହି ଭଙ୍ଗା ଦୁର୍ବଳ ପୋଲ ତଳେ ଚାଲିଛି ପରିବା ହାଟ । ପରିବା ହାଟରେ ଲୋକଙ୍କ ବେଶ ଭିଡ଼ ବି ଜମୁଛି । ବ୍ରିଜର ଅବସ୍ଥା ଯେଉଁଭଳିି କେତେବେଳେ ଯେ ଏଠାରେ ଅଘଟଣ ଘଙ୍କିବ ତାହା କହି ହେବନି । ପୋଲର ମରାମତି ପାଇଁ ଅନେକ ଥର ସ୍ଥାନୀୟ ଲୋକ ରାଜରାସ୍ତାକୁ ଓଲ୍ଲାଇଛନ୍ତି, ହେଲେ ଫଳଶୂନ । ପୋଲର ମରାମତି ପାଇଁ ଏକ୍ସପର୍ଟ ଟିମ ଅନୁଧ୍ୟାନ କରିଛନ୍ତି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ପ୍ରଶାସନ ଖୁବ ଶ୍ରୀଘ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।