ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ, ହେଲେ ଜାଣନ୍ତୁ କଣ ରହିଛି ପ୍ରତିବନ୍ଧକ

198

କନକ ବ୍ୟୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଇସ୍ତଫା ପରେ ଏବେ ବ୍ରିଟେନର କିଏ ହେବ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବୋରିସଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଋଷି ସୁନକ । ଋଷିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସୋଏଲା ବ୍ରଭରମ୍ୟାନ । କହିରଖୁ କି ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଋଷି ଅର୍ଥମନ୍ତ୍ରୀ ଥିଲେ । ହେଲେ ବୋରିସ ଜନସନ ଇସ୍ତଫା ଦେବା ପୂର୍ବରୁ ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ କଞ୍ଜରଭେଟିଭ୍ ପାର୍ଟିର ଜଣେ ଆଗଧାଡିର ସାଂସଦ । ସେ ୨୦୧୫ ମସିହାରେ ଉତ୍ତର ୟାର୍କଶାୟର ରିଚମଣ୍ଡ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୧୯-୨୦ ମଧ୍ୟରେ ଟ୍ରେଜେରୀ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେପଟେ ଏବେ ବ୍ରିଟେନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏକ ଘରୋଇ କମ୍ପାନୀର ସର୍ଭେ ରିପୋର୍ଟ ଆସିଛି । ଏହି ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଅଧିକ ଲୋକ ଋଷି ସୁନକଙ୍କୁ ପସନ୍ଦ କରୁଥିବା କୁହାଯାଇଛି ।

ହେଲେ ନାମାଙ୍କନ ବେଳେ ଋଷି ସୁନକଙ୍କ ସପକ୍ଷରେ ବ୍ରିଟେନର ଅନେକ ସାଂସଦଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ କିଛି ସାଂସଦ ଷ୍ଟପରିଷି ନାମରେ ଯେଉଁ ଅଭିଯାନ ଚଳାଇଛନ୍ତି ସେଥିରେ ମଧ୍ୟ ଅନେକ ସାଂସଦଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ହେଲେ ୟୁନିଭରସିଟି ଅଫ୍ ଲଣ୍ଡନର ରିସର୍ଚର ଅରବିନ୍ଦ କୁମାରଙ୍କୁ ମୁତାବକ ଦେଶରେ ବଢୁଥିବା କର, କର ଚୋରୀର ଅଭିଯୋଗ, ଲିଭିଂ କାଷ୍ଟ, ଋଷିଙ୍କ ଉପରେ ଶ୍ରମିକ ବର୍ଗଙ୍କ ଅସନ୍ତୋଷ, ଭଳି କିଛି ସମସ୍ୟା ଋଷିଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତାରେ ବାଧକ ସାଜିଛି ।