ଟିକେଟ ପାଇଁ ରାଉରକେଲା କଂଗ୍ରେସରେ ତୀବ୍ର ଅସନ୍ତୋଷ । ବିଧାୟକ ପ୍ରାର୍ଥୀତ୍ୱକୁ ବିରୋଧ ।

103

କନକ ବ୍ୟୁରୋ: ଟିକେଟ ଘୋଷଣା ପରେ ରାଉରକେଲା କଂଗ୍ରେସରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି କଂଗ୍ରେସରେ ରହି ଦଳ ପାଇଁ କାମ କରିଥିବା ନେତାଙ୍କୁ ଉପେକ୍ଷା କରାଯାଇଛି । ଏଭଳି ଅଭିଯୋଗ ଆଣି ରାଉରକେଲା ସେକ୍ଟର-୨୧ରେ ନେତା କର୍ମୀ ଠୁଳ ହୋଇ ବୈଠକ କରିଛନ୍ତି । ରାଉରକେଲା ନିର୍ବାଚନ ମଣ୍ଡଳିରୁ ଟିକେଟ ପାଇଥିବା ବୀରେନ୍ଦ୍ର ନାଥ ପଟ୍ଟନାୟକ ଓ ରଘୁନାଥପଲ୍ଲୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଗୋପାଳ ଦାଶଙ୍କ ପ୍ରାର୍ଥୀତ୍ୱକୁ ତୁରନ୍ତ ବଦଳାଇବାକୁ ଦାବି କରିଛନ୍ତି ।