ଟିକେଟ ଘୋଷଣା ପରେ ବିଜେଡ଼ିରେ ବିଦ୍ରୋହ । ଫୁଲବାଣୀରେ ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ କଲେ କର୍ମୀ ଓ ନେତା ।

1,063

କନକ ବ୍ୟୁରୋ: ପଦ୍ମନାଭ ବେହେରା ଏବଂ ଜୟଶ୍ରୀ କହଁରଙ୍କ କୁଶ ପତଳିକା ଦାହ । ଫୁଲବାଣୀ ସହରର ବିଜୁ ପଟ୍ଟନାୟକ ଛକରେ ବୀରମହାରାଜପୁର ବିଜେଡି ବିଧାୟକ ପଦ୍ମନାଭ ବେହେରା ଏବଂ ଫୁଲବାଣୀ ବିଧାନସଭା ଆସନର ବିଜେଡି ପ୍ରାର୍ôଥନୀ ଜୟଶ୍ରୀ କହଁରଙ୍କ କୁଶ ପୁତଳିକା ଦାହ କରାଯାଇଛି । ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଖଜୁରୀପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଏବଂ ତାଙ୍କ ସହଯୋଗୀମାନେ ଉଭୟଙ୍କ କୁଶ ପୁତଳିକା ଦାହ କରିଛନ୍ତି ।

ପଦ୍ମନାଭ ବେହେରା ହଟାଅ ଫୁଲବାଣୀ ବଂଚାଅ ବୋଲି ସ୍ଲୋଗାନ ଦେଇଥିଲେ । ପଦ୍ମନାଭ ବେହେରା ବୀରମହାରାଜପୁର ବିଧାୟକ ହୋଇଥିଲେ ମଧ୍ୟ ସେ ସବୁବେଳେ ଫୁଲବାଣୀ ବିଧାନସଭା ଆସନରେ ଫିରିଙ୍ଗିଆ ବ୍ଲକରୁ ତାଙ୍କର କୌଣସି ଅନୁଗତକୁ ହିଁ ବିଜେଡି ଟିକେଟ କରାଇବାରେ ସଫଳ ହେଉଛନ୍ତି । ଏଥର ମଧ୍ୟ ତାଙ୍କ ଅନୁଗତ ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରାଇବାରେ ସଫଳ ହୋଇଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଫୁଲବାଣୀର ବିକାଶ ହେଇପାରୁନି, ତେଣୁ ବିଜେଡି ଜୟଶ୍ରୀଙ୍କ ଟିକେଟ କାଟି ଅନ୍ୟ କାହାକୁ ତୁରନ୍ତ ଟିକେଟ୍ ଦେଉ ନହେଲେ ନିର୍ବାଚନରେ ବିଜେଡିକୁ ବିରୋଧ କରାଯିବ ଏବଂ ଏଠାରେ ବିଜେଡି ପ୍ରଥମ ଥର ପାଇଁ ହାରିବ ବୋଲି କହିଛନ୍ତି ବିକ୍ଷୋଭକାରୀ ।