ବଦଳିଲେ ବିଏମସି କମିଶନର। ବିଜୟ ଅମୃତ କୁଲାଙ୍ଗେ ହେବେ କମିଶନର।

336

କନକ ବ୍ୟୁରୋ: ରାଜ୍ୟ ସରକାର ଗୁରୁବାର ଆଇଏଏସସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ୨୦୧୩ ବ୍ୟାଚର ଆଇଏଏସ ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିଛି । ସେ ଯୁଗ୍ମ ସଚିବ ପାହ୍ୟାରେ ଏହି ପଦବୀ ପାଇଛନ୍ତି । ବିଏମସିର କମିଶନର ସହ ସେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଓ ବିଏସସିଏଲର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ପୂର୍ବରୁ ବିଏମସି କମିଶନର ଭାବେ ବରିଷ୍ଠ ଆଇଏଏସ ସଞ୍ଜୟ ସିଂହ ଦାୟିତ୍ୱ ତୁଲାଉଥିବା ବେଲେ ଗଞ୍ଜାମର ଜିଲ୍ଲାପାଳ ଥିବା ବିଜୟ ଅମୃତ କୁଲାଙ୍ଗେଙ୍କ ହାତରେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ନିକଟରେ ବିଏମସିର ନୂଆ ମେୟର ଦାୟିତ୍ୱ ନେଇଥିବା ବେଳେ ନୂଆ ପ୍ରଶାସକ ପାଇଛନ୍ତି ଭୂବନେଶ୍ୱରବାସୀ । ରାଜଧାନୀରେ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଥିବା ବେଳେ ତାକୁ କେମିତି ତୁଲାଇବେ ତାହାର ଦାୟିତ୍ୱ ବିଜୟ ଅମୃତ କୁଲାଙ୍ଗେଙ୍କ ହାତରେ ରହିଛି ।