୬୦ ଫୁଟ ତଳୁ ରାହୁଲକୁ କେମିତି କରାଯାଇଥିଲା ଉଦ୍ଧାର? ଓଲଟା ଝୁଲି ରାହୁଲଙ୍କ ହାତ ଧରି ଟାଣି ଆଣିଥିଲେ ସାହାସୀ ଅଞ୍ଜରୁଲ୍ 

312

କନକ ବ୍ୟୁରୋ: ଅଂଜରୁଲ ।  ରାହୁଲର ଉଦ୍ଧାରକାରୀ ଦଳରେ ସାମିଲ ଏହି ବାଳକ ଦେଖାଇପାରିଛନ୍ତି କମାଲ ।  ଜଣେ ସାଧାରଣ ପିଲା କିଭଳି ଅସାଧାରଣ କାମ କରିପାରେ, ତାହା ପ୍ରମାଣ କରି ଦେଖାଇପାରିଛନ୍ତି ଏହି ଅଂଜରୁଲ ।  ଏହି ଅଂଜରୁଲ  ଯେେତେବେଳେ ରାହୁଲଙ୍କୁୁ ଉଦ୍ଧାର କରିବା ସମସ୍ତଙ୍କ ପାଇଁ ଚିନ୍ତା ବଢାଇଦେଇଥିଲା ସେତେବେଳେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଥିଲେ ଅଂଜରୁଲ । ଶରୀର ପତଳା ହେବା ସହ ନମନୀୟ ବି ଥିଲେ । ରାହୁଲଙ୍କୁ ଉଦ୍ଧାର କାମରେ  ପ୍ରାୟ ୫ ଶହ ଲୋକ ଦିନରାତିକୁ ଏକାକାର କରିଦେଇଥିଲେ ।  ଆଉ ଏମାନଙ୍କ ମଧ୍ୟରେ ସାମିଲ ଥିଲେ ଅଞ୍ଜରୁଲ । ଅଞ୍ଜରୁଲଙ୍କ ଆଖିରେ ବି ରାହୁଲଙ୍କୁ ଦେଖିବାକୁ ଉକ୍ରଣ୍ଠା ଭରିରହିଥିଲା ।

ହାତରେ କମ ସମୟ ଥିଲା ।  ରାହୁଲ କଥା କହିପାରୁନଥିଲା କି ଶୁଣିପାରୁନଥିଲା । ଡାକିଲେ କଥା ଶୁଣିବା ସ୍ଥିତିରେ ନଥିଲା । ଅଞ୍ଜରୁଲକୁ ବୋରୱେଲ ଭିତରକୁ ପଠାଇବାକୁ ଯେତେବେଳେ ନିଷ୍ପତି ନିଆଯାଇଥିଲା, ବିନା ଦ୍ୱିଧାରେ ସେ ଏହାକୁ ଗ୍ରହଣ କରିନେଇଥିଲା ।

ସୁଡଙ୍ଗ ଖୋଳାଯିବା ପରେ  ବୋରୱଲକୁ କୌଣସି ପଟକୁ ଯିବା ସମ୍ଭବ ନଥିଲା । ଆଉ ଯେତେବେଳେ ଅଞ୍ଜରୁଲକୁ ବୋରୱଲ ଭିତରକୁ ଯିବାକୁ ଜିଲ୍ଲାପାଳ କହିଥିଲେ  । ଅଞ୍ଜରୁଲ  ହିଁ କରିବା ପରେ ତାକୁ ପ୍ରସ୍ତୁତ କରାଯାଇଥିଲା । ଅଂଜରୁଲଙ୍କ ଦେହରେ ପିନ୍ଧାଯାଇଥିଲା ସେଫଟି ବେଲଟ । ଆଉ  ସେଫଟି ବେଲଟି ପିନ୍ଧି ବୋରୱେଲ ଭିତରୁ ରାହୁଲଙ୍କୁ ଟାଣିଆଣିଥିଲା ଅଞ୍ଜରୁଲ ।

ରାହୁଲ ଉଦ୍ଧାରରେ ଅଞ୍ଜରୁଲର  ଭୂମିକା ଭୁରି ଭୁରି ପ୍ରଂଶସା କରିଛନ୍ତି ଜିଲ୍ଲାପାଳ  ।  ରାୟପୁରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅଞ୍ଜରୁଲଙ୍କ ସମ୍ବର୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ  । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ସତରେ ଅଞ୍ଜରୁଲଙ୍କ ସାହସକୁ  ସାବାସ ଦେବାକୁ ପଡିବ ।