ବାୟୋଡାଟାରେ ଭୁଲରେ ବି ଦିଅନ୍ତୁ ନାହିଁ ମିଥ୍ୟା ତଥ୍ୟ ! ଜାଣନ୍ତୁ ଏହାର କିଛି ଗୁରୁତ୍ୱପୂର୍ଣ୍ଣ କାରଣ

33

ଚାକିରି ପାଇଁ ବାୟୋଡ଼ାଟା ବହୁତ ଜରୁରୀ । ଯୁଦ୍ଧକ୍ଷେତ୍ରରେ ସଠିକ ବାୟୋଡାଟା ଏକ ବ୍ରହ୍ମାସ୍ତ୍ର ପରି କାମ କରେ । ବାୟୋଡାଟା ହିଁ ଏକମାତ୍ର ଭରସା, ଯାହାଦ୍ୱାରା ଚାକିରି ସ୍ୱପ୍ନ ସାକାର ହୋଇଥାଏ । ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମୟରେ ଚାକିରି ମିଳିବା କାଠିକର ପାଠ ହୋଇଗଲାଣି । କୌଣସି କମ୍ପାନୀ ପ୍ରାର୍ଥୀର ବାୟୋଡାଟା କିମ୍ବା ସିଭି ଜରିଆରେ ତାଙ୍କର ଶିକ୍ଷାଗତ ଯାଗ୍ୟତା ବିଷୟରେ ସମସ୍ତ ତଥ୍ୟ ସମ୍ବନ୍ଧରେ ଅବଗତ ହୋଇଥାଆନ୍ତି । ଏବଂ ଏହି ସିଭିକୁ ଆଧାର କରି ପ୍ରାର୍ଥୀଙ୍କୁ ଉପଯୁକ୍ତ ପଦବୀ ମିଳିଥାଏ । ବାୟୋଡାଟା ନିର୍ଭୂଲ ହେବା ଉଚିତ୍ । କାରଣ ଗୋଟିଏ ନିର୍ଭୂଲ ବାୟୋଡାଟା ହିଁ ଆପଣଙ୍କ ସମ୍ପୂର୍ଣ୍ଣ ଚରିତ୍ର ଚିତ୍ରଣ କରିଥାଏ । ବର୍ତ୍ତମାନର ସମୟରେ ପ୍ରତିଯୋଗିତାକୁ ଧ୍ୟାନରେ ରଖି, ଅନେକ ପ୍ରାର୍ଥୀ ଶିକ୍ଷାଗତ ଯୋଗ୍ୟତାକୁ ବଢ଼ାଇ ଚଙ୍ଘ଼ାଇ ବାୟୋଡାଟା ପ୍ରସ୍ତୁତ କରିଥାଆନ୍ତି । ଏପରି କରିବା ଭୂଲ ଏବଂ ବିପଦପୂର୍ଣ୍ଣ ହୋଇପାରେ । ଏପରି କରିବା ଦ୍ୱାରା ଆପଣଙ୍କ ଭବିଷ୍ୟତରେ ବିପଦର ସମ୍ଭାବନା ଅଧିକ ରହିଛି । ତେବେ ଆସନ୍ତୁ ଜାଣିବା କାହିଁକି ବାୟୋଡାଟାରେ ମିଥ୍ୟା ତଥ୍ୟ ନଦେବାର ୪ଟି କାରଣ ।

ବିଶ୍ୱାସ ଏବଂ ବିଶ୍ୱାସନୀୟତା :
ଆପଣଙ୍କର ବାୟୋଡାଟା ଅଥବା ସିଭି ହେଉଛି ଚାକିରୀ ଜୀବନର ପ୍ରଥମ ସିଡି । ସେଥିପାଇଁ ଆପଣ ଯେଉଁ ସଂସ୍ଥା ସହ ପ୍ରଥମ ସମ୍ପର୍କ ସ୍ଥାପନା କରିବାକୁ ଯାଉଛନ୍ତି ସେହି ସମ୍ପର୍କକୁ ବିଶ୍ୱାସ ସହ ଗଢିବା ଉଚିତ । ଯଦି ଆପଣ କୌଣସି ତଥ୍ୟ ମିଥ୍ୟାର ଆଧାରରେ ପ୍ରସ୍ତୁତ କରନ୍ତି ତେବେ ତାହା ସମ୍ପୂର୍ଣ୍ଣ ବାୟୋଡାଟା ଉପରେ କୁପ୍ରଭାବ ପକାଇଥାଏ । ତେଣୁ ବାୟୋଡାଟା ପ୍ରସ୍ତୁତ କରିବା ସମୟରେ କୌଣସି ଭୂଲ ତଥ୍ୟ ଦେଇ କମ୍ପାନୀସହ ବିଶ୍ୱାସଘାତକତା କରନ୍ତୁ ନାହିଁ । କାରଣ ଏହା ସ୍କାନ ହେବା ଫଳରେ ଭୁଲ ତଥ୍ୟ ଆପଣଙ୍କ କ୍ୟାରିୟର ଉପରେ ଆଘାତ କରିଥାଏ ।

ବାରମ୍ବାର ଚେକ କରିବା :
ଯେତେବେଳେ ଆପଣ ଚାକିରୀ ପାଇଁ ଆବେଦନ କରୁଛନ୍ତି, ସେହି ସମୟରେ କମ୍ପାନୀ ଆପଣଙ୍କୁ କିଛି ଫର୍ମ ପୂରଣ କରିବା ପାଇଁ ଦେଇଥାଆନ୍ତି । ଏହି ଫର୍ମ ପୂରଣ ସମୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଆପଣ କମ୍ପାନୀ ସମ୍ବନ୍ଧିତ କାର୍ଯ୍ୟ ଅଭିଜ୍ଞତା ଉପରେ ଭୂଲ ତଥ୍ୟ ପ୍ରଦାନ କରିବେ ତେବେ ଏହାକୁ କ୍ରସ ଚେକ କରିବାଦ୍ୱାରା ଆପଣ ଧରା ପଡିଯାଇଥାନ୍ତି । ଯଦି ଆପଣ ଭୂଲ ତଥ୍ୟ ପ୍ରଦାନ କରି ଧରା ପଡନ୍ତି ତେବେ ଏହା ଆପଣଙ୍କ ଯୋଗ୍ୟତା ଉପରେ ଆଂଚ ଆଣିଥାଏ । ଏବଂ ଥରେ ବିଶ୍ୱାସଘାତକତା ପରେ କମ୍ପାନୀକୁ ଯେତେ ନିବେଦନ କଲେ ମଧ୍ୟ ସେ ଆପଣଙ୍କ ଉପରେ ବିଶ୍ୱାସ କିରବେ ନାହିଁ । ତେଣୁ ଚାକିରୀ ଆବେଦନ କରୁଥିବା ସମୟରେ ଯୋଗ୍ୟତା ସମ୍ବନ୍ଧରେ ଭୂଲ ତଥ୍ୟ କଦାପି ଦିଅନ୍ତୁନାହିଁ ।

ଆପଣଙ୍କ ପ୍ରଦର୍ଶନ:
ପ୍ରଦର୍ଶନ ଏକ ଏଭଳି ଜିନିଷ ଯାହା ଶବ୍ଦଠାରୁ ଅଧିକ ପ୍ରକାଶ କରିଥାଏ । ଯଦି ଆପଣ ସଠିକ ସଠିକ କୌଣସି ପ୍ରଶ୍ନର ଉତ୍ତର ଦେଇପାରୁ ନାହାନ୍ତି ଅଥବା ଆପଣଙ୍କ ପ୍ରଦର୍ଶନ ଭଲ ନାହିଁ ତେବେ ବାୟୋଡାଟା ଯେତେ ଚିକ୍କଣ ଲେଖିଲେ ମଧ୍ୟ କିଛି ଲାଭ ହେବ ନାହିଁ । ଆପଣଙ୍କ ପ୍ରଦର୍ଶନ ହିଁ ଆପଣଙ୍କ ପରିଚୟ । ତେଣୁ ଆରମ୍ଭରୁ ହିଁ ଆପଣଙ୍କ କାର୍ଯ୍ୟ ଦକ୍ଷତା, ଜ୍ଞାନ ଏବଂ ଅନୁଭୂତି ସମ୍ବନ୍ଧରେ ସଠିକ ତଥ୍ୟ ଦିଅନ୍ତୁ । ଏବଂ ଅଫିସରେ କାର୍ଯ୍ୟ ସମ୍ବନ୍ଧିତ ଅଧିକ ତଥ୍ୟ ଜାଣିବା ଲାଗି ଉତ୍ସାହ ପ୍ରକାଶ କରନ୍ତୁ । ଏହା ଆପଣଙ୍କୁ ଚାକିରୀ ଦେବାରେ ସହାୟକ ହୋଇଥାଏ ।

ଲଜ୍ଜାର କାରଣ ହୋଇପାରେ : ବାୟୋଡାଟାରେ ମିଥ୍ୟା ତଥ୍ୟ ଆପଣଙ୍କୁ ଲଜ୍ଜିତ କରାଇବା ସ୍ୱାଭାବିକ ଅଟେ । ତେଣୁ ନିର୍ଭୂଲ ତଥ୍ୟ ପ୍ରଦାନ କରନ୍ତୁ । ବର୍ତ୍ତମାନ ପ୍ରତିଯୋଗିତାପୂର୍ଣ୍ଣ ଗ୍ଧବଦକ୍ଷହ ଗୋଟିଏ ଚାକିରୀ ପାଇଁ ପ୍ରାର୍ଥୀ ମଧ୍ୟରେ ଥିବା ଉତ୍ତମ ସାମର୍ଥ୍ୟକୁ ନଜର ଦିଆଯାଇଥାଏ । ତେଣୁ ବାୟୋଡାଟାରେ ଭୂଲ ବିବରଣୀ ଆପଣଙ୍କୁ ଦୀର୍ଘ ଦିନ ଧରି ଆପଣଙ୍କ ସଫଳତା ଦିଗରେ ବାଧାେ ସୃଷ୍ଟି କରିଥାଏ । ଏହି ଅନୁଚ୍ଛେଦରେ ଚାକିରୀ ଆବେଦନ କରୁଥିବା ସମୟରେ ନିର୍ଭୂଲ ଦେବା ପାଇଁ ଆମେ ଏଠାରେ ସୁଚାଇଛୁ ।