ଆମେରିକା ସ୍କୁଲରେ ଗୁଳିକାଣ୍ଡ : ତିନି ଛୋଟ ପିଲାଙ୍କ ସମେତ ୬ ମୃତ

664

କନକ ବ୍ୟୁରୋ : ଆମେରିକାର ଏକ ସ୍କୁଲରେ ଗୁଳିକାଣ୍ଡ । ତିନି ଛୋଟ ପିଲାଙ୍କ ସମେତ ୬ ମୃତ । ମହିଳା ଆକ୍ରମଣକାରୀ ନିହତ । ସୋମବାର ଜଣେ ମହିଳା ଆକ୍ରମଣକାରୀ ନାଶଭିଲର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିମାଡ କରିଛନ୍ତି । ନାଶଭିଲ ପୋଲିସ କହିଛି ଯେ ୨୮ ବର୍ଷୀୟା ବୟସ୍କ ମହିଳା ସୁଟରଙ୍କୁ ହତ୍ୟା କରାଯାଇଛି ।

ତେବେ ଘଟଣାର କାରଣ ପୋଲିସ ଏ ପର୍ଯ୍ୟନ୍ତ ପ୍ରକାଶ କରି ନାହିଁ । ମୃତ ପିଲାଙ୍କ ବୟସ ୧୨ ବର୍ଷରୁ କମ୍ ଥିଲା । ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ୧୦ଟା ସମୟରେ ପ୍ରଥମ ଜରୁରୀକାଳୀନ ସାଇରନ ବାଜିଥିଲା । ଏହାର ୧୫ ମିନିଟ୍ ମଧ୍ୟରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ । ଅଧିକାରୀ କହିଛନ୍ତି ଯେ ଘଟଣାର ପଛରେ ମହିଳାଙ୍କ ଉଦ୍ଦେଶ୍ୟ କ’ଣ ରହିଛି ତାହାର ତଦନ୍ତ କରାଯାଉଛି ।